ମୁମ୍ବାଇ(ଏଟିଆର ବ୍ୟୁରୋ):ବଲିଉଡର ଅଭିନେତା ସୋଦୁ ସୁଦଙ୍କ ନାଁ ରେ ବିଏମସି ପକ୍ଷରୁ ଅଭିଯୋଗ ଆଣିଛି ।ଜୁହୁ ସ୍ଥିତ ଏକ ୬ ମହଲା ବିଶିଷ୍ଟ ଘରକୁ ସୋନୁ ସୁଦ ବିଏମସିର ବିନା ଅନୁମତିରେ ହୋଟେଲ କରିଛନ୍ତି । ସୋନୁ ଏଭଳି କରିବା ପୂର୍ବରୁ ବିଏମସିର ଅନୁମତି ନେଇନାହାନ୍ତି । ମହାରାଷ୍ଟର ରିଜନ ଆଣ୍ଡ ଟାଉନ ପ୍ଲାନିଂ ଆକ୍ଟ ଅନୁପାୟୀ ଧାରା ୭ କୁ ଅବମାନନା ଭଳି ଦଣ୍ଡନୀୟ ଅପରାଧ କରିଛନ୍ତି ।
ସୋନୁ ସୁଦଙ୍କ ଏ ବି ନାୟର ରୋଡ୍ ରେ ଥିବା ଶକ୍ତି ସାଗର ବିଲ୍ଡିଂକୁ ବିନା ଅନୁମତିରେ ହୋଟେଲରେ ପରିବର୍ତ୍ତିତ କରିଛନ୍ତି । ନିୟମ ଅନୁସାରେ ଶକ୍ତି ସାଗର ଏକ ଆବାସିକ ବିଲ୍ଡିଂ । ଏହାକୁ କମର୍ସିଆଲ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିନାହିଁ ।
ସୋନୁଙ୍କ ନାଁ ରେ ମାମଲା ଆସିବା ପରେ ସୋନୁ କହିଥିଲେ ସେ ପ୍ରଥମେ ଏହି କୋଠାର ପରିବର୍ତ୍ତନ ପାଇଁ ବିଏମସିଠାରୁ ଅନୁମତି ନେଇଥିଲେ । ଏବେ ମହାରାଷ୍ଟ୍ର କୋଷ୍ଟାଲ ଜୋନ୍ ମ୍ୟାନେଜମେଣ୍ଟ ଅଥରିଟିରୁ ମଞ୍ଜୁରୀ ମିଳିବା ପାଇଁ ଅପେକ୍ଷା କରିଥିଲେ ।