ପୁରୀ(ଏଟିଆର ବ୍ୟୁରୋ):ଜଗା ଦର୍ଶନ ଲାଗି ହୋଇଥିବା କଟକଣା ଏବେ କୋହଳ ହୋଇପାରେ । କୋଭିଡ ନେଗେଟିଭ ବାଧ୍ୟତାମୂଳକ ରିପୋର୍ଟ ଦେଖାଇବା ବ୍ୟବସ୍ଥା ଉଠିପାରେ । ଏନେଇ ବୈଠକରେ ଜିଲ୍ଲାପାଳ ଏସପି ଓ ମନ୍ଦିର ପ୍ରଶାସନ ଅଧିକାରୀଙ୍କ ସହ ଆଲୋଚନା କରାଯିବ ।
ଏହି ବୈଠକରେ ଭକ୍ତମାନେ କିପରି ଅତି ସୁରୁଖୁରୁରେ ଜଗା ଦର୍ଶନ କରିବେ, ତଥା ଗରୀବ ଭକ୍ତମାନେ କିଭଳି ଭାବେ ଦର୍ଶନ କରି ଫେରିବେ , କୋଭିଡ ପରୀକ୍ଷା କରିବା ପାଇଁ ଅର୍ଥ ଯୋଗାଡ କରି ପାରୁ ନ ଥିବା ଭକ୍ତମାନେ କିଭଳି ଦର୍ଶନ କରିବେ ବିଶେଷ କରି ଏହା ବିଷୟରେ ବୈଠକରେ ଆଲୋଚନା ହେବ ।
କୋଭିଡ ନେଗେଟିଭ ରିପୋର୍ଟ ନଥିଲେ ଦର୍ଶନ ପାଇଁ ଅନୁମତି ମିଳିବ ନାହିଁ ବୋଲି କୁହାଯାଇଥିଲା । ଦର୍ଶନ ପାଇଁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ଜଗା ଦର୍ଶନ ନପାଇ ସିଂହ ଦ୍ୱାର ସମ୍ମୁଖରେ ଭୋ ଭୋ ହୋଇ କାନ୍ଦି ନେହୁରା କରୁଥିଲେ ମଧ୍ୟ ମିଳୁ ନ ଥିଲା ଜଗା ଦର୍ଶନ ।
ଏହି ବୈଠକୋ ଶ୍ରୀ ମନ୍ଦର ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀ, ବୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ଯୋଗ ଦେବେ । ପୂର୍ବରୁ ଦର୍ଶନ ବ୍ୟବସ୍ଥରା କିଭଳି ଥିଲା ଓ ଏବେ ଦର୍ଶନ ବ୍ୟବସ୍ଥା କିଭଳି ରହିବ ଏ ନେଇ ବୈଠକରେ ଆଲୋଚନା ହେବା ସହ କୋଭିଡ ନେଗେଟିଭ ରିପୋର୍ଟ ଉଠାଇବା ନେଇ ବୈଠକରେ ଆଲୋଚନା ହେବ ।