ଭୂବନେଶ୍ୱର(ଏଟିଆର ବ୍ୟୁରୋ):କେନ୍ଦ୍ର ସରକାର କୋଇଲା କ୍ଷେତ୍ର ଲାଗି ସିଙ୍ଗଲ ୱିଣ୍ଡୋ ର ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏଥି ପାଇଁ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି , କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ର କୋଇଲା ଓ କଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
କୋଇଲା ଖଣି ଆରମ୍ଭ କରିବା ପୂର୍ବରୁ ୧୯ ଟି ଅନୁମୋଦେନ ଆବଶ୍ୟକ । ସେଗୁଡିକ ହେଲା ଖଣି ଯୋଜନା ଓ ଖଣି ବନ୍ଦ ଯୋଜନା , ଖଣି ଲିକ ମଞ୍ଜୁରୀ, ଜଙ୍ଗଲ ଓ ପରିବେଶ ମଞ୍ଜୁରୀ , ବନ୍ୟପ୍ରାଣୀ , ଓ ପରିବେଶ ଦ୍ୱାର ପ୍ରଭାବିତ ପରିବାରର ସ୍ଥାପନ , କର୍ମଚାରୀଙ୍କ କଲ୍ୟାଣ ବାବଦରେ ମଞ୍ଜୁରୀ ଇତ୍ୟାଦି ।
ଓଡିଶା ସହ ଭାରତରେ କୋଇଲା ଉତ୍ପାଦନରେ ବୃଦ୍ଧି ହେବା ସହ ଇଜ୍ ଅଫ ଡୁଇଂ ବିଜିନେସନକୁ ପ୍ରାଥମିକତା ଦିଆଯିବ । ଏହା ସହ ଦେଶର ଦେଶର ଅର୍ଥନୀତି ମଧ୍ୟ କୋଇଲା କ୍ଷେତ୍ର ତ୍ୱରାନ୍ୱିତ କରିବ ବୋଲି କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି । ୧୯ ଟି କୋଇଲା ଖଣି ନିଲାମ ହୋଇଥିବାରୁ ଓଡିଶା ସମେତ ମଧ୍ୟପ୍ରଦେଶ , ଛତିଶଗଡ , ଝାଡଖଣ୍ଡ , ଓ ମହାରାଷ୍ଟ୍ରରେ ବର୍ଷ କୁ ୬୬୫୬ କୋଟି ଟଙ୍କାର ରାଜସ୍ୱ ପାଇବେ ।