ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେବା ପାଇଁ ଦେଶରେ ଚାଲିଛି ଟୀକାକରଣ ପ୍ରକ୍ରିୟା । ଏହାରି ମଧ୍ୟରେ ସେରମ ଇଂଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ଏସଆଇଆଇ) କରୋନାର ଆଉ ଏକ ଟୀକା ପ୍ରସ୍ତୁତିରେ ଲାଗିଛି । ଏନେଇ ଏସଆଇଆଇ ର ସିଇଓ ଆଦର ପୁନୱାଲ କହିଛନ୍ତି କି, ତାଙ୍କ କମ୍ପାନୀ ଆଉ ଏକ କରୋନା ଟୀକା ଟ୍ରାଏଲ ପାଇଁ ଆବେଦନ କରିଛି । ଏହାକୁ ଜୁନ୍ ୨୦୨୧ ମଧ୍ୟରେ ଲଞ୍ଚ କରିବାର ଆଶା ରହିଛି । କମ୍ପାନୀର ଏହି ଟୀକାର ନାଁ ରହିଛି କୋଭୋଭ୍ୟାକ୍ସ ।
ସୂଚନାଯୋଗ୍ୟ, ଦେଶରେ ଜାନୁଆରୀ ୧୬ ରୁ ଆରମ୍ଭ ହୋଇଛି କରୋନା ଟୀକାକରଣ ଅଭିଯାନ । ପାଖାପାଖି ୩ କୋଟି ସ୍ୱାସ୍ଥ୍ୟକର୍ମୀ ଏବଂ କରୋନାଯୋଦ୍ଧାଙ୍କ ପ୍ରାଥମିକତା ସହିତ ଏହି ଟୀକାକରଣ ଦୁନିଆର ସବୁଠାରୁ ବଡ ଅଭିଯାନ ।