ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଜି ସ୍ଥଳସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ନେବେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ । ରାଷ୍ଟ୍ରିୟ ଇଣ୍ଡିଆନ ମିଲିଟାରି କଲେଜ,ଡେରାଡୁନ,ନ୍ୟାସନାଲ ଡିଫେନ୍ସ ଏକାଡେମି ଓ ଡେରାଡୁନରୁ ନିଜର ସଫଳତା ପୂର୍ବକ ଶିକ୍ଷା ଓ ତାଲିମ ଶେଷ କଲାପରେ ତାଙ୍କୁ ୧୯୮୨ ମସିହାରେ ଜୁନ ୧୨ ତାରିଖରେ ରାଜପୁତ ରେଜିମେଣ୍ଟରେ ନିଯୁକ୍ତି କରାଯାଇଥଲା ।
୩୮ ବର୍ଷର କ୍ୟାରିୟର ମଧ୍ୟରେ ପାକିସ୍ତାନ ଓ ଚୀନ୍ ସୀମା ସହିତ ଅନେକ ଅପରେସନରେ ସେ ଆଗାଧାଡ଼ିରେ ରହି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଜଗତସିଂହପୁର ଜିଲା ଜୟବଡ଼ରେ ଜନ୍ମିତ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ବର୍ତ୍ତମାନ ସଦର୍ଣ୍ଣ କମାଣ୍ଡ୍ର କମାଣ୍ଡିଂ ଇନ୍ ଚିଫ ରହିଛନ୍ତି।
ସତିନ୍ଦର କୁମାର ସାଇନି ଭାରତୀୟ ସେନା ଉପମୁଖ୍ୟ ପଦରୁ ଗତକାଲି ଅବସର ଗ୍ରହଣ କରିଛନ୍ତି ।ତାଙ୍କ ସ୍ଥାନରେ ଚଣ୍ଡିପ୍ରସାଦ ସେନା ମୁ୍ଖ୍ୟ ଭାବେ ଦାୟିତ୍ୱ ନେବେ । ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା କ୍ଷେତ୍ରରେ ଲେଫ୍ଟନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି ହେଉଛନ୍ତି ପ୍ରଥମ ଓଡ଼ିଆ।