ମୁମ୍ବାଇ (ଏଟିଆର ବ୍ୟୁରୋ): ଆଜି ସକାଳୁ ସକାଳୁ ଏକ ଖୁସୀ ଖବର ଦେଇଛନ୍ତି କପିଲ ଶର୍ମା । ସେ ପୁଣି ଥରେ ପିତା ହୋଇଥିବାର କହିଛନ୍ତି । କପିଲଙ୍କ ପତ୍ନୀ ଗିନି ଆଜି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଏହାପରେ ସୋସିଆଲ ମିଡିଆ ଜରିଆରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ମନୋଜ ବାଜପେୟୀ, ସୁରେଶ ରାଇନା, ସାଇନା ନେହୱାଲା ଭଳି ଅନେକ ବଡ ବଡ ଷ୍ଟାର ଶୁଭେଚ୍ଛା ଜଣାଇଛନ୍ତି ।
କପିଲ ଶର୍ମା ଟ୍ୱିଟ କରି ଲେଖିଛନ୍ତି, ନମସ୍କାର, ଆଜି ସକାଳୁ ଆମକୁ ଭାଗବାନଙ୍କ ଆର୍ଶିବାଦ ରୂପେ ଏକ ପୁତ୍ର ମିଳିଛି । ଭଗବାନଙ୍କ କୃପାରୁ ନବଜାତ ଶିଶୁ ଏବଂ ମା ଉଭୟ ସୁସ୍ଥ ଅଛନ୍ତି । ଆପଣଙ୍କ ଭଲ ପାଇବା ଏବଂ ଆର୍ଶିବାଦ ପାଇଁ ଆପଣ ସମସ୍ତ ଧନ୍ୟବାଦ । ଗିନି ଏବଂ କପିଲ ।
ଏହି କାରଣ ପାଇଁ କପିଲ ତାଙ୍କ କାମରୁ କିଛି ଦିନ ପାଇଁ ବ୍ରେକ ନେଇଛନ୍ତି । ତାଙ୍କ କମେଡି ସୋ ମଧ୍ୟ କିଛି ଦିନ ପାଇଁ ଅଫ୍ ଏୟାର ହେଉଛି ।