ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ଦୁନିଆରେ ଅଭିନେତ୍ରୀ ପ୍ର୍ରିୟଙ୍କା ଚୋପ୍ରାଙ୍କ ଫ୍ୟାନ୍ ଫଲୋଇଙ୍ଗ ଛନ୍ତି । ଭାରତରେ ପ୍ରିୟଙ୍କା ଏକ ଅଲଗା ପରିଚୟ ସୃଷ୍ଟି କଲା ପରେ ହଲିଉଡରେ ଅନେକ ଫିଲ୍ମ କରି ନାଁ କମେଇଛନ୍ତି । ଏହାପରେ ୨୦୧୮ ମସିହା ରେ ସେ ଆମେରିକାର ସିଙ୍ଗର ନିକ୍ ଜାନ୍ସ ସହ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଆମେରିକାର ଲସ୍ ଆଞ୍ଜେଲ୍ସକୁ ସିଫ୍ଟ ହୋଇଯାଇଥିଲେ ।
ଏହାପରେ କିନ୍ତୁ ସେ ବଲିଉଡରୁ ଦୂରେଇ ନଥିଲେ । ତାଙ୍କର ଶେଷ ଫିଲ୍ମ ‘ଦି ସ୍କାଇ ଇଜ୍ ପିଙ୍କ’ ୨୦୧୯ ମସିହା ଅକ୍ଟୋବର ମାସରେ ରିଲିଜ୍ ହୋଇଥିଲା । ବକ୍ସ ଅଫିସରେ ଫିଲ୍ମଟିକୁ ଭଲ ରେସପନ୍ସ ମିଳିଥିଲା । ଅବଶ୍ୟ ଫିଲ୍ମଟି ଫ୍ଲପ ହୋଇଥିଲା କିନ୍ତୁ ୨୦ କୋଟିରୁ ଅଧିକ ଟଙ୍କା ଆୟ କରିଥିଲା ।
୨୦୧୯ ମସିହାରେ ପ୍ରିୟଙ୍କାଙ୍କ ଫିଲ୍ମ ଫ୍ଲପ ହୋଇଥିଲେ ମଧ୍ୟ ସେ ୨୩.୪ କୋଟି ଟଙ୍କା ଆୟ କରିଥିଲେ । ଏକ ରିପୋର୍ଟ ମୁତାବକ, ୨୦୧୯ ମସିହାରେ ପ୍ରିୟଙ୍କା ଚୋପ୍ରା ମୋଟ ୨୩.୪ କୋଟି ଟଙ୍କା ଆୟ କରିଛନ୍ତି । ତାଙ୍କର ଏହି ଆୟ ଫିଲ୍ମ, ବିଜ୍ଞାପନ ଏବଂ ପ୍ରମୋଶନ ଜରିଆରେ ହୋଇଛି । ସବୁଠାରୁ ବଡ କଥା ହେଉଛି ଗୋଟେ ପୋଷ୍ଟ ପାଇଁ ସେ ୧.୯୨ କୋଟି ନିଅନ୍ତି ।
ସୂଚନାଯୋଗ୍ୟ, ପ୍ରିୟଙ୍କା ଚୋପ୍ରା ହେଉଛନ୍ତି ଜଣେ ଗ୍ଲୋବାଲ ଅଭିନେତ୍ରୀ । ସାରା ଦୁନିଆରେ ତାଙ୍କର ଫ୍ୟାନ ଫଲୋଇଙ୍ଗ ରହିଛନ୍ତି । ଏହାସହିତ ସେ ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ଇଂଷ୍ଟାଗ୍ରାମରେ ତାଙ୍କର ୬ କୋଟିରୁ ଅଧିକ ଫଲୋର୍ସ ରହିଛନ୍ତି । ସେ ଏକ ପ୍ରୋମୋଶନାଲ ପୋଷ୍ଟ ପାଇଁ ୧.୯୨ କୋଟି ଟଙ୍କା ନେଇଥାନ୍ତି ।