ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯେତେବେଳେ ବଲିଉଡରେ କୌଣସି ଫିଲ୍ମ ରିଲିଜ ହୋଇଥାଏ ଏହାକୁ ଦେଖିବା ପାଇଁ ଦର୍ଶକ ସିନେମା ହଲ ଗୁଡିକରେ ଲାଇନ ଲଗାନ୍ତି , ସେମାନଙ୍କ ଫେବରେଟ ହିରୋ ହିରୋଇନଙ୍କୁ ଦେଖିବା ପାଇଁ , ଖାଲି ସେତି କି ନୁହେଁ ଷ୍ଟାର କିଡସଙ୍କ କଥା ଉଠିଲେ ସେମାନଙ୍କ ଲାଇଫ ଷ୍ଟାଇଲ ବିଷୟରେ ଜାଣିବାକୁ ସମସ୍ତେ ଆଗ୍ରହ ପ୍ରକାଶ କରିଥାନ୍ତି । ତେବେ ଏବେ ସବୁ ଚିତ୍ର ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ଯେମିତି ବଦଳି ଯାଇଛି । ସୁଶାନ୍ତଙ୍କ ମୃତ୍ୟୁକୁ ଏଭିତରେ ପାଖାପାଖି ତିନିମାସ ବିତି ଯାଇଥିଲେ ବି ଦର୍ଶକଙ୍କ ମନରୁ ହଜି ନାହାନ୍ତି ସୁଶାନ୍ତ । ଦିନ ଯେତେ ଗଡୁଛି ସୁଶାନ୍ତଙ୍କ ଡେଥ ମିଷ୍ଟ୍ରିରେ ସେତେ ସସପେନଓ ଆସୁଛି । ଆଉ ଯାହା ଏବେ ପ୍ରଭାବିତ କରୁଛି ବଲିଉଡକୁ ।
ଏହା ଭିତରେ ବିଭିନ୍ନ ଓଟିଟି ପ୍ଲାଟ ଫ୍ରମ ମାଧ୍ୟମରେ ଅନେକ ଫିଲ୍ମ ମଧ୍ୟ ରିଳିଜ ହୋଇଯାଇଛି । କିଛି ଫିଲ୍ମକୁ ଦର୍ଶକଙ୍କର ଭରପୂର ଭଲ ପାଇବା ମିଳିଥିବା ବେଳେ କିଛି ଫିଲ୍ମର ଟିଜର ରିଲିଜ ହେଉ ହେଉ ଏହାକୁ ବଏକଟ କରିବାକୁ ବାଦି ଜୋର ଧରିଛି । ଗତମାସ ଅଗଷ୍ଟ ୨୮ତାରିଖରେ ରିଲିଜ ହୋଇଥିବା ସଡକ ୨ କୁ ଦର୍ଶକ ବଏକଟ କରିବା ସହ ଟିଜରକୁ ରେକର୍ଡ ସଂଖ୍ୟକ ଡିସ ଲାଇକ ମଧ୍ୟ କରିଛନ୍ତି । ଯାହା ୟୁଟୁଭ ରେ ଗୋଟିଏ ଦିନ ମଧ୍ୟରେ ରେକର୍ଡ ସଂଖ୍ୟାକ ଡିସ ଲାଇକ । କାରଣ ଏହି ଫିଲ୍ମରେ ଅଭିନୟ କରିଥିବା ମୁଖ୍ୟ ଚରିତ୍ର ସବୁ ଷ୍ଟାର କିଡ ଅଟନ୍ତି ।
ତେବେ କେବଳ ସଡକ ୨ ଫିଲ୍ମକୁ ନୁହେଁ । ଏହି ଭିତରେ କାଲିପିଲି ପିଲ୍ମର ଟିଜର ମଧ୍ୟ ଲଞ୍ଚ ହୋଇଛି । ଏହାକୁ ମଧ୍ୟ ଦର୍ଶକ ନା ପସନ୍ଦ କରିଛନ୍ତି । ଇସାନ ଖଟର ଓ ଅନନ୍ୟା ପାଣ୍ଡେ ଷ୍ଟାର କିଡ ହୋଇଥିବାରୁ ଏହି ଫିଲ୍ମଟିକୁ ବଏକଟ କରିବାକୁ ଦର୍ଶକ ସୋସିଆଲ ମିଢିଆ ଦାବି କରିଛନ୍ତି । ଫିଲ୍ମଟି ଅକ୍ଟୋବର ୨୩ରେ ରିଲିଜ ହେବାକୁ ଥିବା ବେଳେ ଦର୍ଶକଙ୍କ ବଏକଡ ଷ୍ଟାର କିଡ କାଲିପିଲି ନିର୍ମାତାଙ୍କୁ ଚିନ୍ତାରେ ପକାଇଛି । ଏପଟେ ଚିନ୍ତାରେ ତ ଅଛନ୍ତି ଫେମସ ଫିଲ୍ମ ନିର୍ମାତା ସଞ୍ଜୟ ଲିଲାଭସାଲି । କାରଣ ଆଗକୁ ସେ ଗଙ୍ଗୁ ତାଇ କାଠିଆୱାଡା ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଆଲିଆ ଅଭିନୟ କରୁଥିବାରୁ ଏବେ ଚିନ୍ତାରେ ସଞ୍ଜୟ ଲିଲାଭସାଲି । ଦର୍ଶକ ଯେପରି ଏବେ ଷ୍ଟାର କଡ ଫିଲ୍ମକୁ ବଏ କଟ କରୁଛନ୍ତି ତାହା ସଞ୍ଜୟ ଲିଲା ଭସାଂଲିଙ୍କୁ ଚିନ୍ତାରେ ପକାଇଛି । ତେବେ ଆଗକୁ ଦେଖିବାକୁ ବାକି ରହିଲା ଷ୍ଟାର କିଡ ଓ ଖାଁ ମାନଙ୍କର ଭାଗ୍ୟ ତାଙ୍କୁ କେଉଁ ଆଡକୁ ନେଇଛି ଏବଂ ଆଗାମୀ ସମୟରେ ଦର୍ଶକ ଏହି ଷ୍ଟାର କିଡଙ୍କ ଫିଲ୍ମକୁ ବଏକଟ କରୁଛନ୍ତି ନା ଦେଖୁଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024