କୋଲକତା (ଏଟିଆର ବ୍ୟୁରୋ):ଆଜି ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ଓ ଆସାମ ଗସ୍ତ କରିବେ । ପ୍ରଥମେ ଆସାମର ସୋନିତପୁର ଜିଲ୍ଲାର ଢେକିଆଜୁଲିଠାରେ ଦୁଇଟି ଡାକ୍ତରଖାନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ରାଜ୍ୟ ରାଜପଥ ଏବଂ ବୃହତ ଜିଲ୍ଲା ସଡକ କାର୍ଯ୍ୟକ୍ରମ ପାଇଁ ‘ଆସୋମ ମାଲା’ କାର୍ଯ୍ୟକ୍ରମ ଆରମ୍ଭ କରିବେ ।
ଏହା ପରେ ପୂର୍ବ ଭାରତର ବିକାଶ ପାଇଁ ୪୭୦୦ କୋଟି ଟଙ୍କ।। ବ୍ୟୟ ଅଟକଳ ହୋଇଥିବା ବେଳେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ । ପଶ୍ଚିମବଙ୍ଗର ହଳଦିଆ ଠାରେ ବିଭିନ୍ନ ଗୂରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ କରିବା ସହ ଅନ୍ୟ କିଛି ପ୍ରକଳ୍ପର ଭିତ୍ତିପ୍ରସ୍ତର ପ୍ରସ୍ଥାନ କରିବେ ।
ଦୁଇଟି ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୧୧ ଶହ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ଭିତ୍ତିପ୍ରସ୍ଥର ସ୍ଥାପନ କରିବେ । ପ୍ରତ୍ୟେକ ମେଡିକାଲରେ ୫୦୦ ଟି ବେଡ୍ ଓ ୧୦୦୦ ଲେଖାଏଁ ଏମବିବିଏସ ସିଟ୍ ରହିବ । ଏଥିପାଇଁ ପ୍ରଧାନମନ୍ତ୍ରୀ ଦୁଇଟି ରାଜ୍ୟରେ ଜନସାଧାରଣଙ୍କୁ ସମ୍ବୋଧନ କରିବେ । ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପ ଅଧୀନରେ ଦୋଭିରୁ ଦୁର୍ଗାପୁର ପର୍ୟ୍ୟନ୍ତ ୩୪୮ କିମି ପ୍ରାକୃତିକ ଗ୍ୟାସ ପାଇପଲାଇନର ଶୁଭାରମ୍ଭ ହେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୬ ଦିନରେ ଦ୍ୱିତୀୟ ଥର ପାଇଁ ପଶ୍ଚିମବଙ୍ଗ ଗସ୍ତ କରିବେ । ଏହାପୂର୍ବରୁ ମୋଦୀ ଜାନୁଆରୀ ୨୩ ତାରିଖରେ ଆସାମ ଗସ୍ତରେ ଯାଇ ସେଠାରେ ଶିବସାଗରରେ ଜରଙ୍ଗା ପଥରର ଭୂମି ପଟ୍ଟାର ଆରମ୍ଭ କରିଥିଲେ ।