ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଅଜିତ ଡୋଭାଲଙ୍କ କାର୍ଯ୍ୟାଳୟ ଉପରେ ଜୈଶ ଇ ମହମ୍ମଦ ଆତେଙ୍କବାଦୀ ସଂଗଠନ ନଜର ରଖିଥିବା ଘଟଣାରେ ପର୍ଦ୍ଦାଫାଶ ହୋଇଛି । ଅଫିସ ଭିତରେ ପସି ରେକି କରି ଭିଡିଓ ଉତ୍ତାଳନ କରିଛନ୍ତି ଆତଙ୍କବାଦୀ ।
ଫେବ୍ରୁଆରୀ ୬ ରେ ଜମ୍ମୁ କାଶ୍ମରୀର ଶୋପିଆନରୁ ଗିରଫ ହୋଇଥିବା ଆତଙ୍କବାଦୀ ହିଦାୟତ ଉଲ୍ଲାହ ମାଲିକଙ୍କୁ ପଚରାଉଚରା ସମୟରେ ଜୈଶ୍ ଷଡଯନ୍ତ୍ର ସମ୍ପର୍କରେ ଜଣାପଡିଛି ।ଏହାପରେ ସୁରକ୍ଷା ଦୃଷ୍ଟିକୋଣରୁ ଡୋଭାଲଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ କାଶ୍ମୀରରେ ପୁଣି ଆତଙ୍କ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ଏନେଇ ଗୃହ ମନ୍ତ୍ରାଳୟକୁ ମଧ୍ୟ ସୂଚନା ଦିଆଯାଇଛି । ପାକିସ୍ତାନ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ଜମାତ-ଏ-ଇସଲାମୀ, ଲସ୍କର-ଇ-ତୋଇବା, ହିଜବୁଲ ମୁଜାହୁଦ୍ଦିନ ଆଦି ସଂଗଠନର ସଦସ୍ୟଙ୍କୁ ତାଲିମ ଯୋଗାଯାଉଛି। ଏଥିରେ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସଆଇ ସହଯୋଗ କରୁଛି। ଆଇଏସଇ ଏଥିପାଇଁ ଦୁବାଇ ଓ ତୁର୍କୀ ରାସ୍ତାରେ ଫଣ୍ଡିଂ କରୁଛି ।