ମୁମ୍ବାଇ(ଏଟିଆର ବ୍ୟୁରୋ):ବଲିଉଡ ଅଭିନେତା ବିବେକ ଓବରୟ ବିନା ହେଲମେଟ ଓ ମାସ୍କରେ ବାଇକ ଚଳାଇଥିବା ଯୋଗୁଁ ତାଙ୍କ ବିରୋଧରେ ଟ୍ରାଫିକ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଛି ।
ସୂଚନା ଅନୁସାରେ ବିବେକ ଫେବ୍ରୁଆରୀ ୧୪ ତାରିଖରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଅପଲୋଡ କରିଥିଲେ । ଏଥିରେ ସେ ବିନା ହେଲମେଟରେ ତାଙ୍କ ପତ୍ନୀଙ୍କୁ ବସାଇ ବୁଲିବାର ମଜା ଉଠାଇଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିଓ ଟି ଭାଇରାଲ ହେବା ପରେ ମୁମ୍ବାଇ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିବାର ଜଣାପଡିଛି ।
ସାମାଜିକ କାର୍ଯ୍ୟକତ୍ତା ଡା. ବିନୁ ଭର୍ଗିସ ନାମକ ଜଣେ ବ୍ୟକ୍ତି ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏ ନେଇ ବିବେକଙ୍କ ନାଁ ରେ ୫୦୦ ଟଙ୍କାର ଚାଲାଣ କଟିଛି । ଏହାଛଡା ମୁମ୍ବାଇ ପୋଲିସ ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ ଅନୁସାରେ ମାମଲା ରୁଜୁ କରିଛନ୍ତି ।