ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ କରୀନା କପୁର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ପୁଣି ଥରେ ମାତା-ପିତା ହୋଇଛନ୍ତି କରୀନା ଏବଂ ସୈଫ ଅଲ୍ଲୀ ଖାଁ । ଡେଲିଭରୀ ସମୟରେ କରୀନାଙ୍କ ନିକଟରେ ପତି ସୈଫ ଉପସ୍ଥିତ ଥିଲେ । ରଣବୀର କପୁରଙ୍କ ଭଉଣୀ ରିଧିମା କପୁର ସାହିନ ସୋସିଆଲ ମିଡିଆ ଜରିଆରେ ଏହି ଖୁସୀ ଖବର ଦେଇଛନ୍ତି ।
ଘରକୁ ଆସିଥିବା ନୂଆ ଅତିଥିକୁ ନେଇ ପଟୌଦି ଖାନଦାନ୍ ରେ ଖୁସୀର ଲହରୀ ଖେଳି ଉଠିଛି । ସେପଟ କରୀନା ଏବଂ ସୈଫ ତାଙ୍କ ପୁତ୍ରକୁ ନେଇ ଗୋପନୀୟ ରଖିବାକୁ ଚାହୁଁଛନ୍ତି । କେବଳ ଏତିକି ନୁହେଁ ଦ୍ୱିତୀୟ ଶିଶୁର ନାମକରଣକୁ ନେଇ କରୀନା କପୁର କହିଥିଲେ କି, ତୈମୁର ର ନାଁ କୁ ନେଇ ହୋଇଥିବା ବିବାଦ ପରେ ମୁଁ ଏବଂ ସୈଫ ବର୍ତ୍ତମାନ ଏ ବିଷୟରେ କିଛି ଭାବି ନାହୁଁ । ଆମେ ଶେଷ ପର୍ଯ୍ୟନ୍ତ ଛାଡିବାକୁ ଚାହୁଁଛୁ ଏବଂ ଏହାପରେ ଆପଣମାନଙ୍କୁ ସର୍ପପ୍ରାଇଜ୍ ଦେବୁ ।
ସୂଚନାଯୋଗ୍ୟ, ଗର୍ଭବତୀ ସମୟରେ କରିନା ସର୍ବଦା ଆକ୍ଟିଭ ରହିଥିଲେ । ସେ ଲଗାତର ଭାବେ ତାଙ୍କ ଫ୍ୟାନ୍ସ ମାନଙ୍କ ସହିତ ଯୋଡି ହୋଇ ରହିବା ସହିତ ଫଟୋ ସେୟାର ମଧ୍ୟ କରୁଥିଲେ ।