ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମୋଟରୋଲାର ୫୦୦୦ଏମଏଏଚ ବ୍ୟାଟେରୀ ବିଶିଷ୍ଟ ମୋଟୋ ଇ୭ ପାୱାର ସ୍ମାର୍ଟଫୋନର ପ୍ରଥମ ବିକ୍ରି ଆଜିଠୁ ଆରମ୍ଭ ହେଉଛି । ଆଜି ମଧ୍ୟାହ୍ନ ୧୨ ଟାରୁ ଅନଲାଇନ୍ ସପିଙ୍ଗ ୱେବସାଇଟ ଫ୍ଲିପକାର୍ଟରେ ଏହି ଫୋନକୁ କିଣା ଯାଇପାରିବ । ଏଥିରେ ଅନେକ ଫିଚର୍ସ ରହିଛି ।
ମୋଟୋ ଇ୭ ପାୱରକୁ ଦୁଇଟି ଭ୍ୟାରିଏଣ୍ଟରେ ଉପଲବ୍ଧ କରାଯାଇଛି । ଏହା ୨ ଜିବି ର୍ୟାମ ଏବଂ ୩୨ଜିବି ଷ୍ଟୋରେଜ୍ ବିଶିଷ୍ଟ ଫୋନ୍ । ଏହାର ଦ୍ୱିତୀୟ ମଡେଲ ୪ଜିବି ର୍ୟାମ ଏବଂ ୬୪ଜିବି ଷ୍ଟୋରେଜ ସହିତ ଆସୁଛି । ଆଣ୍ଡ୍ରୋଏଡ ୧୦ ଉପରେ ଆଧାରିତ ଏହି ଫୋନ୍ । ଫୋନ୍ ରେ ୬.୫ ଇଞ୍ଚ ର ଏଚଡି ପ୍ଲସ ମ୍ୟାକ୍ସ ଭିଜନ ଡିସପ୍ଲେ ଦିଆଯାଇଛି । ଏଥିରେ ୭୨୦ ଞ୍ଚ ୧୬୦୦ ପିକ୍ସଲ ରିଜ୍ୟୁଲେସନ ରହିଛି । ଫୋନ୍ ଟି ମିଡିଆଟେକ ହିଲିୟୋ ଜି୨୫ ପ୍ରୋସେସରରେ କାମ କରିବ । ଯେଉଁଥିରେ ୪ଜିବି ପର୍ଯ୍ୟନ୍ତ ଏଲପିଡିଡିଆର୪ଏକ୍ସ ର୍ୟାମ ଏବଂ ୬୪ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ମିଳିବ । ଫୋନ୍ ର ବ୍ୟାକ ପ୍ୟାନେଲରେ ଫିଙ୍ଗରପ୍ରିଣ୍ଟ ସେଂସର ଦିଆଯାଇଛି ।
ଏହି ଫୋନ୍ର ଦାମ୍ କଥା ଯଦି କହିବା ତେବେ ୨ଜିବି ର୍ୟାମ ଏବଂ ୩୨ଜିବି ଷ୍ଟୋରେଜ୍ ବିଶିଷ୍ଟ ଫୋନ୍ ର ଦାମ ୭୪୯୯ ଟଙ୍କା ହୋଇଥିବା ବେଳେ ୪ଜିବି ର୍ୟାମ ଏବଂ ୬୪ଜିବି ଷ୍ଟୋରେଜ୍ ବିଶିଷ୍ଟ ଫୋନ୍ ର ଦାମ ୮୨୯୯ ଟଙ୍କା ରହିଛି ।