ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମାଘ ମାସରେ ରାଜ୍ୟରେ ତାତି ଅସମ୍ଭାଳ । ରାଜ୍ୟର ବିଭିନ୍ନ ସ୍ଥାନରେ ଖରା ତାତି ବଢି ବଢି ଚାଲିଛି । ଘରୁ ବାହାରକୁ ବାହାରିବା ଅସମ୍ଭବ ହୋଇପଡୁଛି । ଏହାସହିତ ଆଗାମୀ ୪ ଦିନ ଯାଏଁ ଆହୁରୀ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିପାରେ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ସେପଟେ ଭୁବନେଶ୍ୱରରେ ପାରଦ ୩୯ ଡିଗ୍ରୀ ଡେଇଁଥିବା ବେଳେ ମୋଟ ୧୪ ଟି ସହରରେ ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଛି । ସେହିପରି କିଛି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ସହ ହିଟୱେଭର ଆଶଙ୍କା ମଧ୍ୟ ରହିଛି । ଫେବୃଆରୀ ମାସରୁ ତାତିର କୋପ ଦେଖିବାକୁ ମିଳିଥିବା ବେଳେ ଆଗାମୀ ମାର୍ଚ୍ଚ ମାସରେ ସ୍ଥିତି ଆହୁରୀ ସଙ୍ଗୀନ ହୋଇପାରେ ବୋଲି ଅନୁମାନ କରାଯାଉଛି ।