ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲିର ସମୟରେ ଅନେକ ବ୍ୟକ୍ତିଙ୍କ ଠାରେ ପେଟ ସମସ୍ୟା ଦେଖିବାକୁ ମିଳିଥାଏ । କେତେବେଳେ ପାଚନ ସମସ୍ୟା ତ ପୁଣି କେତେବେଳେ ପେଟ ଫୁଲା ଭଳି ସମସ୍ୟା ଦେଖାଦେଇଥାଏ । କୁହାଯାଏ କି ଯଦି ପେଟ ସୁସ୍ଥ ଥିବ ତେବେ ଶରୀର ସୁସ୍ଥ । କାରଣ ଅଧିକାଂଶ ସମସ୍ୟା ପେଟ ଖରାପ ପାଇଁ ହୋଇଥାଏ । ସେଥିପାଇଁ ଯେତେବେଳେ ପେଟ ଖରାପ ହୋଇଥାଏ ସେତେବେଳେ ହାଲୁକା ଖାଦ୍ୟ ସେବନ ପାଇଁ ଅନୁମତି ଦିଆଯାଇଥାଏ ।
ଯେତେବେଳେ ହାଲୁକା ଖାଦ୍ୟ କଥା ଆସେ ସେତେବେଳେ ଦହି ଭାତ କଥା ମନେ ପଡିଥାଏ । ଆଜ୍ଞା ହଁ ଦହି ଭାତ । ଏହାକୁ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭ ହୋଇଥାଏ । ଯଦି ଆପଣ ଦହି ଭାତର ଫାଇଦା ବିଷୟରେ ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ । ଦହି-ଭାତ ଆପଣଙ୍କ ସ୍ୱାସ୍ଥ୍ୟ ସମେତ ତ୍ୱଚା ପାଇଁ ମଧ୍ୟ ଲାଭକାରୀ ହୋଇଥାଏ ।
– ମ୍ୟାଗ୍ନେସିୟମ ଏବଂ ପୋଟାସିୟମର ଏକ ଭଲ ସ୍ରୋତ ହେଉଛି ଭାତ । ଏହାସହିତ ଦହି-ଭାତ ପେଟକୁ ଥଣ୍ଡା ରଖିବାରେ ସହାୟକ ହୋଇଥାଏ । ଏହାକୁ ଗରମ ଦିନେ ସେବନ କରିବା ଉଚିତ୍ ।
– ଦହି-ଭାତ ସେବନ କରିବା ଦ୍ୱାରା ପାଚନ ଶକ୍ତି ମଜବୁତ ରହିଥାଏ ।
– ଦହିରେ ଥିବା ପ୍ରୋବାୟୋଟିକ୍ସ ଇମ୍ୟୁନିଟିରେ ସୁଧାର କରିବାରେ ସହାୟକ ହୋଇଥାଏ ଏବଂ ଶରୀରକୁ ରୋଗ ସହ ଲଢିବାରେ ସକ୍ଷମ ହୋଇଥାଏ । ସେଥିପାଇଁ ଆପଣ ଯଦି ଦହି ଭାତ ସେବନ କରିବେ ତେବେ ଆପଣଙ୍କୁ ଅନେକ ଶାରିରୀକ ଫାଇଦା ହେବ ।
– ସେହିପରି ଦହି-ଭାତ ସେବନ ଦ୍ୱାରା ପେଟ ସଫା ରହିବା ସହିତ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ ।