ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଜଙ୍ଗଲ ନିଆଁକୁ ଆୟତ୍ତକରିବା ପାଇଁ ଗଠନ ହେଲା ଟାସ୍କ ଫୋର୍ସ । ଟାସ୍କ ଫୋର୍ସଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାର ଅଧକ୍ଷ ରହିବେ ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ । ଜଙ୍ଗଲ ନିଆଁ ଉପରେ ପ୍ରତିଦିନ ୪.୩୦ରେ ପ୍ରେସ୍ମିଟ୍ କରାଯିବ ।ଜୈବ ବିବିଧତା ଓ ପ୍ରଣୀଙ୍କ କ୍ଷତି ନେଇ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବ ଟିମ୍ ।
ସନ୍ଦୀପ ତ୍ରିପାଠୀଙ୍କ ସହ ଟାସ୍କଫୋର୍ସରେ ମୋଟ ୯ ଜଣ ସଦସ୍ୟ ଅଛନ୍ତି। ୯ ଜଣିଆ ଟାସ୍କଫୋର୍ସରେ ଡେରାଡୁନ ଓ ହାଇଦ୍ରାବାଦର ୩ ବିଶେଷଜ୍ଞ ରହିଛନ୍ତି। ଦୈନିକ ଅନୁଧ୍ୟାନ ସହ ଅପରାହ୍ନରେ ପ୍ରେସମିଟ କରି ସୂଚନା ଦେବ ଟାସ୍କଫୋର୍ସ। ତେବେ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ଅନେକ ଗଛ ପୋଡିବା ସହ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ରହିଛି । ଏମିତିକି ଜନବସତି ମୁହାଁ ହୋଇଛନ୍ତି ଜୀବଜନ୍ତୁ ।
ସବୁଠାରୁ ବଡ଼ କଥା ହେଲା କି, ଆଜିଠାରୁ ଆସନ୍ତା ୧୫ ଦିନ ଯାଏଁ ଏହି ସନ୍ଦୀପ ତ୍ରିପାଠୀ ଶିମିଳିପାଳ ନିଆଁ, ତାହାର ଜୈବ୍ୟବିବିଧତାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିବେ। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।