ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆସନ୍ତା ଗରୁବାର ଦିନ ପାଳିତ ହେବ ମହାଶିବରାତ୍ରି । ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ପାଳନ କରାଯିବ ଶିବରାତ୍ରି । ଏନେଇ ଆଜିଠାରୁ ମନ୍ଦିରର ସେବାୟତ ଓ ପୋଲିସ କର୍ମଚାରୀମାନଙ୍କର କୋଭିଡ ଟେଷ୍ଟ କରାଯିବ ।
ମନ୍ଦିର ରିତିନୀତିରେ ବାରମ୍ବାର ବ୍ୟତିକ୍ରମ ଘଟୁଛି ବୋଲି ଅଭିଯୋଗ କରିଛନ୍ତି ବ୍ରାହ୍ମଣ ନିଯୋଗ ।ଚଳିତ ଥର ଏହାର ସମାଧାନ ନ ହେଲେ ୧୦ ତାରିଖ ଦିନ ବ୍ରାହ୍ମଣ ଅସହଯୋଗ କରିିବେ ବୋଲି ଚେତାବନୀ ଦେଇଛନ୍ତି ।
ମନ୍ଦିର ପ୍ରଶାସନ କାର୍ୟ୍ୟାଳୟ ମନ୍ଦିରର କାର୍ୟ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ବିଏମସି ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ସମେତ ବିଭିନ୍ନ ନିଯୋଗର କର୍ମକର୍ତ୍ତା ଓ ସେବାୟତ ଉପସ୍ଥିତ ଥିଲେ ।ଏହି ବୈଠକରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ ଓ ସୁରୁଖୁରୁରେ ଜାଗରଯାତ୍ରା ପାଳନ କରାଯିବ ବୋଲି ବିଏମସି କମିଶନର ଅବନିକାନ୍ତ ପଟ୍ଟନାୟକ ଆଶା ରଖିଛନ୍ତି ।