ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ବନ୍ଦ ହେଲା ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମ ।ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା । ଚଳିତ ବର୍ଷରେ ଆଥିିକ ବିଜୁ ଯୁବ ବାହିନୀ ପାଇଁ ବଜେଟରେ କୈାଣସି ଅର୍ଥ ବ୍ୟବସ୍ଥା ନାହିଁ,ତେଣୁ ଖର୍ଚ୍ଚରେ କୈାଣସି ଅବକାଶ ନାହିଁ । ବିଧାନସଭାରେ ଉତ୍ତର ରଖି ବିଜୁ ଯୁବ ବାହିନୀ ବନ୍ଦ ହୋଇଥିବା କହିଛନ୍ତି ମନ୍ତ୍ରୀ ।
୨୦୨୦-୨୧ ରେ ରାଜ୍ୟ ବଜେଟରେ ବିଜୁ ଯୁବ ବାହିନୀ ପାଇଁ ଅର୍ଥ ବ୍ୟବସ୍ଥା ନାହିଁ । ତେଣୁ ଖର୍ଚ୍ଚର କୈାଣସି ଅବକାଶ ନାହିଁ । ବିରୋଧୀ ଦଳ ଏନେଇ କଡା ସମାଲୋଚନା କରିଛନ୍ତି । ନିର୍ବାଚନ ସମୟରେ ନିଜ ସ୍ୱାର୍ଥ ସାକାର କରିବାକୁ ଏହାକୁ ଗଠନ କରିଥିଲେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ।
ଏପରିକି ବିଜେପିର ଅଭିଯୋଗ ଆଧାରରେ ଅଡିଟ୍ ନସରିବା ପର୍ୟ୍ୟନ୍ତ ବିଜୁ ଯୁବ ବାହିନୀ ପାଣ୍ଠିରୁ ଅର୍ଥ ଖର୍ଚ୍ଚ ନକରିବାକୁ ସିଏଜି ମଧ୍ୟ ରାଜ୍ୟ ସରକାରଙ୍କୁ ତାଗିଦ୍ କରିଥିଲେ। ୨୦୧୮-୧୯ରେ ବିଜୁ ଯୁବ ବାହିନୀ ନାଁରେ ୧୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏହାପର ଆର୍ଥିକ ବର୍ଷରେ ୧୨୯ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା।