ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଜାରି ରହିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ରବିବାର ଓ ଛୁଟିଦିନକୁ ଛାଡି ଦେଲେ ସବୁଦିନ ଟିକାକରଣ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି,ରାଜ୍ୟରେ ପ୍ରତିଦିନ ୧ଲକ୍ଷ ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନ କରାଯିବ ନେଇ ଲକ୍ଷ୍ୟ ରଖାଯାଇଛି । ଗ୍ରୀଷ୍ମ ପ୍ରବାହ କାରଣରୁ ଟିକାକରଣ କେନ୍ଦ୍ରକୁ ବୃଦ୍ଧି କରାଯାଇଛି । ରାଜ୍ୟରେ ୭୦୦ ଟି କେନ୍ଦ୍ରରେ ଟିକାଦାନ କରାଯାଉଛି । ସେହିପରି ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀ ୯୧% ଟିକା ନେଇଥିବା ବେଳେ ୮୦%ସମ୍ମୁଖ ଯୋଦ୍ଧା ଟିକା ନେଇସାରିଛନ୍ତି ।