ମୁମ୍ବାଇ (ଏଟିଆର ବ୍ୟୁରୋ): ବାରମ୍ବାର କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ ଜାରି କରାଯିବା ପରେ ମଧ୍ୟ ଜନତାଙ୍କ ଭିତରେ ଚେତା ପଶୁ ନାହିଁ । ସେମାନେ ପରିବେଶକୁ ଦୂଷିତ କରିବାରେ ଲାଗିଛନ୍ତି । ଏଭଳି ପରିବେଶକୁ ଦୂଷିତ କରୁଥିବା ବ୍ୟକ୍ତିଙ୍କୁ ସିଧାସଳଖ ଘୃଣା କରନ୍ତି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା । ସେଥିପାଇଁ ବିଚ୍ ରାସ୍ତାରେ ଅଳିଆ ପକାଉଥିବାର ଜଣେ ବ୍ୟକ୍ତିଙ୍କୁ ଭାରି ପଡିଛି, ଏବଂ ଏହାକୁ ନେଇ ଅନୁଷ୍କା ତାଙ୍କୁ ଗାଳି କରିଛନ୍ତି ।
ପ୍ରକୃତରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଦୁହେଁ ତାଙ୍କ କାରରେ ଯାଉଥିଲେ । ସେହି ସମୟରେ ହଠାତ୍ ଅନୁଷ୍କା ରାସ୍ତା ମଝିରେ ଗାଡି ରଖି , ଅନ୍ୟ ଏକ ଗାଡିରେ ବସିଥିବା ଯୁବକଙ୍କ ଉପରେ ରାଗି ଯାଇଥିଲେ । ଏହାର କାରଣ ହେଉଛି ସେହି ଯୁବକ ଜଣଙ୍କ ରାସ୍ତାରେ ପ୍ଲାଷ୍ଟିକ ବୋତଲ ଫୋପାଡି ଥିଲେ ।
ଅନୁଷ୍କା ତାଙ୍କ କାର୍ ର କାଚ ତଳକୁ କରି ଲଗଜୁରୀ କାରରେ ଯାଉଥିବା ଯୁବକଙ୍କୁ ଆଗକୁ ଆସିବା ପାଇଁ ଇଶାରା ଦେଇଥିଲେ । ତାହାପରେ ସେହି ଯୁବକଙ୍କ ଉପରେ ଅନୁଷ୍କା ରାଗିକି କହିଥିଲେ ଯେ, ‘ ଆପଣ ରାସ୍ତା ଉପରେ ଅଳିଆ କ’ଣ ପାଇଁ ଫିଙ୍ଗୁଛନ୍ତି? ପ୍ଲାଷ୍ଟିକ୍ କାହିଁକି ରାସ୍ତାରେ ଫୋପାଡୁଛନ୍ତି? ଆଗକୁ ଧ୍ୟାନ ରଖିବେ, ଆପଣ ରାସ୍ତା ଉପରେ ପ୍ଲାଷ୍ଟିକ ଫିଙ୍ଗି ପାରିବେ ନାହିଁ । ଡଷ୍ଟବିନ ବ୍ୟବହାର କରନ୍ତୁ’ ।
Saw these people throwing garbage on the road & pulled them up rightfully. Travelling in a luxury car and brains gone for a toss. These people will keep our country clean? Yeah right! If you see something wrong happening like this, do the same & spread awareness. @AnushkaSharma pic.twitter.com/p8flrmcnba
— Virat Kohli (@imVkohli) June 16, 2018
ଅନୁଷ୍କାଙ୍କର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ନିଜେ ତାଙ୍କ ପତୀ ବିରାଟ କୋହଲି ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓଟିକୁ ସେୟାର କରି ବିରାଟ ଲେଖିଛନ୍ତି ଯେ, ‘ଏହି ଯୁବକକୁ ରାସ୍ତାରେ ଅଳିଆ ପକାଉଥିବାର ଦେଖି ତାଙ୍କୁ ସଠିକ୍ ଉପାୟ ବୁଝାଇଥିଲେ । ଦାମୀ କାର୍ ରେ ବୁଲୁଛନ୍ତି କିନ୍ତୁ ବୁଦ୍ଧି ଖରାପ । କ’ଣ ଏଭଳି ଲୋକ ଦେଶକୁ ସଫା ରଖି ପାରିବେ? ଯଦି ଆପଣ ବି ଏଭଳି ପରିବେଶକୁ ଦୂଷିତ କରୁଥିବାର କୌଣସି ବ୍ୟକ୍ତିଙ୍କୁ ଦେଖୁଛନ୍ତି । ତେବେ ଏଭଳି ଭାବେ ଜାଗୃତ କରାନ୍ତୁ’ ।