ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜଧାନୀରେ ‘ମୋ ବସ’ କଣ୍ଡକ୍ଟରଙ୍କ ନା ରେ ଅଭିଯୋଗ । ଚଳନ୍ତା ବସରେ କଣ୍ଡକ୍ଟର ଜଣକ ଯାତ୍ରୀଙ୍କୁ ତଳକୁ ଠେଲି ଦେଇଥିବାର ଅଭିଯୋଗ ଆସିଛି । ଫଳରେ ଯାତ୍ରୀଙ୍କ ଗୋଡରେ ବସ ଚଢିଯାଇଥିବାରୁ ସେ ଗୁରୁତର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଭୁବନେଶ୍ୱର ହଂସପାଳ ନିକଟରେ ୧୭ ନମ୍ବର ‘ମୋ ବସ’ ନାରେ ଏପରି ଅଭିଯୋଜ ଆଣିଛନ୍ତି ଯାତ୍ରୀ । ଆହତ ହୋଇଥିବା ଯାତ୍ରୀ ଜଣକ ହେଉଛନ୍ତି ବାଲିଅନ୍ତାର ନିର୍ମଳେନ୍ଦୁ ପରିଡା । ସୂଚନାସାରେ ନିର୍ମଳା ଓ ବସ କଣ୍ଡକ୍ଟରଙ୍କ ମଧ୍ୟରେ ଟିକେଟ ଓ ପଇସା ଫେରସ୍ତକୁ ନେଇ ଯୁକ୍ତିତର୍କ ହୋଇଥିଲା ।
ତେବେ ଯାତ୍ରୀଜଣକ ବସରୁ ଓହ୍ଲାଇବା ସମୟରେ ବସ କର୍ମଚାରୀ ତାଙ୍କୁ ଚାଲୁଥିବା ବସରୁ ଧକ୍କା ଦେଇଥିବାରୁ ସେ ଭାରସାମ୍ୟ ହରାଇ ରାସ୍ତାରେ ପଡିଯାଇଥିଲେ । ନସିର୍ମଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।