ପୁରୀ(ଏଟିଆର ବ୍ୟୁରୋ): ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ । ଏନେଇ ଅପରାହ୍ନ ୪ଟା ୩୦ ମିନିଟରୁ ସନ୍ଧ୍ୟା ୮ଟା୩୦ମିନିଟ୍ ପର୍ଯ୍ୟନ୍ତ ସାଧାରଶ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ । ଦଇତାପତି ସେବାୟତଙ୍କ ଦ୍ୱାରା ଏହି ନୀତି ସମ୍ପାଦନ ହେବ । ଚୈତ୍ର ମାସ କୃର୍ଷ୍ଣପକ୍ଷ ନବମୀ ତିଥିରେ ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହେବ ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରବିବାର ଦିନ ସର୍ବସାଧାରଣଙ୍କ ପାଇଁ ମନ୍ଦିର ବନ୍ଦ ରହିଥିଲା । କେବଳ ମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ସେବାୟତମାନେ ରହିଥିଲେ । ସବସୋଧାରଣଙ୍କ ପାଇଁ ଦର୍ଶନ ବନ୍ଦ କରାଯାଇ ଭକ୍ତମାନଙ୍କ ପାଦଚଲା ରାସ୍ତା,ଜୋତା ଷ୍ଟାଣ୍ଡ,ମନ୍ଦିରର ଚାରିଦ୍ୱାର,ସ୍ନାନମଣ୍ଡପ,ଆଦି ସ୍ଥାନକୁ ବିଶୋଧନ କରାଯାଇଛି ।
ତେବେ ରବିବାର ଦିନ ମନ୍ଦିର ବନ୍ଦ ରହିବା ପରେ ସୋମବାର ଦିନ ଭକ୍ତଙ୍କ ପାଇଁ ମନ୍ଦିର ଖୋଲା ଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସମସ୍ତ କୋଭିଡ ସଂକ୍ରମଣ ମାନି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।