ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟସରକାର କରୋନା ସଂକ୍ରମଣ ବୃଦ୍ଧି ପାଇବା ନେଇ ଜିଲ୍ଲା ମୁଖ୍ୟାଳୟରେ ସରକାରୀ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ପ୍ରବେଶକୁ ନିଷେଧ କରାଯାଇଛି । ଏନେଇ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ସରକାରୀ କାର୍ଯ୍ୟାଳୟରେ ଜନସାଧାରଣଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ରହିବ । କେବଳ ଜରୁରୀ କାଳୀନ ପରିସ୍ଥିତିରେ ବରିଷ୍ଠ ଅଧିକାରୀଙ୍କ ଅନୁମୋଦନ ଆଧାରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ।
ଜନସାଧାରଣଙ୍କ ଅଭିଯୋଗର ସମାଧାନ ପାଇଁ ଇ-ଅଭିଯାନ ପୋର୍ଟାଲର ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅତ୍ୟଧିକ ଜରୁରୀ ନ ହେବା ପର୍ଯ୍ୟନ୍ତ ଶାରୀରିକ ସଭାଗୁଡିକ ବନ୍ଦ ରଖାଯିବ । ଏହାସହ ଯଥାସମ୍ଭବ ଅନଲାଇନରେ ବୈଠକ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି । ଆବଶ୍ୟକ ହେଲେ ଶାରୀରିକ ସଭା ସମୟରେ ସର୍ବନିମ୍ନ ଦୁଇ ମିଟର ଦୂରତା ବଜାୟ ରଖିବା ଆବଶ୍ୟକ ।