ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟାନ ତାଙ୍କ ଛୋଟ କ୍ୟାରିଅର ମଧ୍ୟରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ସେହିପରି ଗତବର୍ଷ କାର୍ତ୍ତିକ ଏବଂ ସାରା ଖାଁଙ୍କ ଯୋଡିକୁ ସିଲଭର ସ୍କ୍ରିନରେ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରିଥିଲେ । ଏବେ କାର୍ତ୍ତିକ ତାଙ୍କ ଅପକମିଂ ଫିଲ୍ମ ‘ଧମାକା’ କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଅବଶ୍ୟ କରୋନା ସବୁକିଛି ବଦଳାଇ ଦେଇଛି । ଏବେ ସିନେମାହଲରେ ଫିଲ୍ମ ରିଲିଜ୍ ହୋଇପାରିବନି ।
ସେହିପରି ରାମ ମାଧବାନୀଙ୍କ ଫିଲ୍ମ ଧମାକା ଏବେ ନେଟଫ୍ଲିକ୍ସ ଦ୍ୱାରା କିଣାଯିବାର ଖବର ଶୁଣିବାକୁ ମିଳୁଛି । ଫିଲ୍ମର କାହାଣୀଟି ସାଉଥ କୋରିଆନ୍ ଫିଲ୍ମ ‘ଦି ଟେରର ଲାଇଭ’ ଉପରେ ଆଧାରିତ । ଏଥିରେ ଜଙ୍ଗ-ବୁଙ୍କ ଚରିତ୍ରରେ କାର୍ତ୍ତିକ ଆର୍ୟାନ ଅଭିନୟ କରୁଛନ୍ତି । ଯିଏ ଜଣେ ସାମ୍ବାଦିକ ଏବଂ ସେ ଆତଙ୍କବାଦିଙ୍କୁ ଧରିବାରେ ସହାୟତା କରୁଛନ୍ତି । କାରଣ ସହରକୁ ଉଡାଇବାର ଧମକ ଦେଇଥିଲେ ଆତଙ୍କବାଦୀ ।
ମେ ବା ଜୁନ୍ ମାସରେ ନେଟଫ୍ଲିକ୍ସରେ ରିଲିଜ୍ ହେବ ଫିଲ୍ମ ଧମାକା । ସ୍ପଟବଏ ମୁତାବକ, ଫିଲ୍ମର ଷ୍ଟ୍ରିମିଙ୍ଗ ରାଇଟ୍ସକୁ ୧୩୫ କୋଟି ଟଙ୍କାରେ କିଣିଛି ନେଟଫ୍ଲିକ ।