ମୁମ୍ବାଇ (ଏଟିଆର ବ୍ୟୁରୋ): କଲବଲ କରୁଛି କରୋନା । ଧୀରେ ଧୀରେ ସ୍ଥିତି ଗମ୍ଭୀର ହେବାରେ ଲାଗିଲାଣି । ବଲିଉଡ ଜଗତରେ ଗୋଟେ ପରେ ଗୋଟେ କଳାକାର ଏହି ସଂକ୍ରମଣରେ ସଂକ୍ରମିତ ହେଉଛନ୍ତି । ସେହିପରି ବଲିଉଡ ଅଭିନେତା ଅର୍ଜୁନ ରାମପାଲ କରୋନା ପଜିିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ଶନିବାର ରାତିରେ ସେ ଟ୍ୱିଟ କରି ଲେଖିଛନ୍ତି କି, ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । ଅବଶ୍ୟ ମୋର କୌଣସି କରୋନା ଲକ୍ଷଣ ନାହିଁ । ମୁଁ ନିଜକୁ ଆଇସୋଲେସନ କରି ଘରେ କ୍ୱାରେଣ୍ଟାଇନରେ ଅଛି ଏବଂ ମେଡିକାଲ ସୁବିଧା ନେଉଛି । ଏହାସହିତ ସମସ୍ତ କୋଭିଡ ନିୟମ ପାଳନ କରୁଛି । ଯେଉଁମାନେ ଗତ ୧୦ ଦିନ ମଧ୍ୟରେ ମୋ ସଂଷ୍ପର୍ଶରେ ଆସିଛନ୍ତି ସେ କୋଭିଡ ଟେଷ୍ଟ କରିନିଅନ୍ତୁ ଏବଂ ନିଜରେ ଯତ୍ନ ନିଅନ୍ତୁ । ଏହା ବହୁତ ଭୟାନକ ସମୟ । କିନ୍ତୁ ଆମକୁ ସର୍ତକତାରେ ରହିବାକୁ ହେବ ଏବଂ କିଛି ସମୟ ପାଇଁ ନିଜର ଧ୍ୟାନ ରଖିବାକୁ ହେବ । ଆଗକୁ ଆମକୁ ଫାଇଦା ହେବ ।