ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲକ୍ଷେ୍ନø ପରେ ଏବେ ଦିଲ୍ଲୀରେ ଅକ୍ସିଜେନ ଅଭାବକୁ ଦୂର କରିବା ପାଇଁ ଗଡିବ ଅକ୍ସିଜେନ୍ ଏକ୍ସପ୍ରେସ । ସବୁଜ କରିଡର ନିର୍ମାଣ କରି ଟ୍ୟାଙ୍କର ଯୋଗେ ଅକ୍ସିଜେନ୍ ଯୋଗାଇବ ରେଲୱେ ।
ରେଲୱେ ଦ୍ୱାରା ଅକ୍ସିଜେନ ଏକ୍ସପ୍ରେସ ଚଳାଇବାକୁ ଦିଲ୍ଲୀ ସରକାର ଦାବି କରିଛନ୍ତି । କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ ଅଭାବ ଦେଇ ଗତି କରୁଥିବା ଦିଲ୍ଲୀ ହସ୍ପିଟାଲଗୁଡିକୁ ସଙ୍କଟରୁ ବାହାର କରିବା ପାଇଁ ଏହି ଦାବିକୁ ରେଳୱେ ଅନୁମୋଦନ କରିଛି । ଖୁବ୍ ଶୀଘ୍ର ଦିଲ୍ଲୀ ପାଇଁ ଅକ୍ସିଜେନ ନେବାକୁ ଟ୍ରେନ୍ ପଠାଯିବ ।
ରେଲୱେ ବୋର୍ଡ ଅଧ୍ୟକ୍ଷ ସୁନୀଲ ଶର୍ମା କହିଛନ୍ତି କି, ଅକ୍ସିଜେନ ପ୍ରସ୍ତୁତ କରୁଥିବା ଟ୍ରକ ପ୍ରସ୍ତୁତ କରିବାକୁ ଦିଲ୍ଲୀ ସରକାରଙ୍କୁ କହିଛି ରେଲୱେ । ଯଥାଶୀଘ୍ର ଯୋଗାଣ ପାଇଁ ଚେଷ୍ଟା କରାଯିବ । ଓଡିଶା ଏବଂ ଆନ୍ଧ୍ରପ୍ରଦେଶରୁ ଦିଲ୍ଲୀ ପାଇଁ ଅକ୍ସିଜେନ ଯୋଗାଇ ଦିଆଯିବ । ପ୍ରତ୍ୟେକ ଅକ୍ସିଜେନ ଏକ୍ସପ୍ରେସରେ ୧୬ ଟନ୍ ତରଳ ଅକ୍ସିଜେନ୍ ଆସିପାରେ ।