ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜଣେ ପରେ ଜଣେ ବଡ ବଡ ନେତା ମନ୍ତ୍ରୀ ଆଦି କରୋନାରେ ସଂକ୍ରମିତ ହେଉଛନ୍ତି । ସେହିପରି ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କର କୋଭିଟ ରିପୋର୍ଟ ପଜିଟିଭ ଆସିବା ପରେ ସେ ଏନେଇ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ସେହିପରି ନିକଟରେ ତାଙ୍କ ସଂଷ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ଟେଷ୍ଟ କରିବା ପାଇଁ ମନ୍ତ୍ରୀ ପ୍ରତାପ ଜେନା ଅନୁରୋଧ କରିଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥୃବସ୍ଥା ସ୍ଥିର ଅଛି । ଏହାସହିତ ବହୁତ ଶୀଘ୍ର ସୁସ୍ଥ ହେବା ପାଇଁ କାମନା କରିଛନ୍ତି ବିଜେଡିର ବହୁ ବିଧାୟକ, ମନ୍ତ୍ରୀ ଏବଂ ସମର୍ଥକ ।