ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପର ତଳ ହେଉଛି । କେତେବେଳେ ମିଟର ଉପରକୁ ଉଠି ଯାଉଛି ତ ପୁଣି କେତେବେଳେ ତଳକୁ ଖସୁଛି । ପ୍ରତ୍ୟେକ ଦିନ କରୋନର ନୂତନ ମାମଲା ସାମ୍ନାକୁ ଆସୁଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୧୭୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୫୬୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୫୧୬୩ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 277
7. Cuttack: 870
8. Deogarh: 129
9. Dhenkanal: 153
10. Gajapati: 77
11. Ganjam: 259
12. Jagatsinghpur: 330
13. Jajpur: 383
14. Jharsuguda: 391
15. Kalahandi: 274
16. Kandhamal: 84
17. Kendrapada: 139
18. Keonjhar: 220
19. Khurda: 1710
20. Koraput: 289— I & PR Department, Odisha (@IPR_Odisha) May 16, 2021
New recoveries: 10781
Cumulative tested: 10882756
Positive: 612224
Recovered: 502455
Active cases: 107403— I & PR Department, Odisha (@IPR_Odisha) May 16, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୧୦୭୮୧ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୧୨୨୨୪ ରହିଥିବା ବେଳେ ଏହି ରୋଗରୁ ୫୦୨୪୫୫ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୧୦୭୪୦୩ ଜଣ ଚିକିତ୍ସିତ ହେଉଛନ୍ତି ।