ଗଞ୍ଜାମ (ଏଟିଆର ବ୍ୟୁରୋ): ଆତଙ୍କ ଖେଳାଉଛି କରୋନାର ଦ୍ୱିତୀୟ ଲହରୀ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକଡାଉନ ଜାରି ରହିଥିବା ବେଳେ କଟକଣା କଡାକଡି କରାଯାଇଛି । ସେହିପରି ଗଞ୍ଜାମ ଜିଲ୍ଲା ପ୍ରଶାସନ ବଡ ପଦକ୍ଷେପ ଗ୍ରହଣ କରିଛି । ଏଣିକି ଜିଲ୍ଲାରେ ବାହାଘର ଆୟୋଜନ ଥିଲେ ବାହାଘର ପୂର୍ବରୁ ପରିବାର ସଦସ୍ୟଙ୍କୁ କୋଭିଡ ଟେଷ୍ଟ କରିବାକୁ ହେବ । ଆଣ୍ଟିଜେନ ଟେଷ୍ଟ କରାଯିବ । ଯଦି ପରିବାରର କାହାରି ରିପୋର୍ଟ ପଜିଟିଭ ଆସେ ତେବେ ବିବାହ ପାଇଁ ଅନୁମତି ମିଳିବ ନାହିଁ ।
ବିବାହରେ ସାମିଲ ହେବା ପାଇଁ ବର୍ତ୍ତମାନ ୫୦ ଜଣଙ୍କୁ ଅନୁମତି ରହିଛି । ୫୦ ରୁ ଅଧିକ ଲୋକେ ସାମିଲ ହୋଇ ପାରିବେ ନାହିଁ । ସେହିପରି ବିବାହ ନିମନ୍ତେ ସ୍ଥାନୀୟ ପ୍ରଶାସନରୁ ଅନୁମତି ଆଣିବା ବେଳେ ବିବାହରେ ସାମିଲ ହେବା ଲୋକଙ୍କର ତାଲିକା ଦିଆଯିବ । ଯଦି କେହି ନିୟମ ଉଲ୍ଲଂଝନ କରନ୍ତି ତେବେ କାଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।