ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରିଶ୍ମା କପୁର ଆଜି ୪୪ ବର୍ଷରେ ପାଦ ଥାପିଛନ୍ତି । ଜୁନ ୨୫,୧୯୭୪ରେ କରିଶ୍ମା ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । କପୁର ଖାନଦାନର ଝିଅ ହୋଇଥିଲେ ମଧ୍ୟ ବଲିଉଡ ଦୁନିଆରେ ନିଜର ସ୍ୱତନ୍ତ୍ରସ୍ଥାନ ବନାଇବା ତାଙ୍କ ପାଇଁ ଖୁବ କଷ୍ଟ କର ହୋଇପଡିଥିଲା ।
ଏଠାରେ ଆପଣଙ୍କୁ କହି ରଖୁଛୁ କି, ଯେତେବେଳେ କରିଶ୍ମା ବି-ଟାଉନରେ ଏଣ୍ଟ୍ରି କରିଥିଲେ, ସେତେବେଳେ ତାଙ୍କ ଚେହେରାକୁ ନେଇ ମଜାକ ଉଡା ଯାଉଥିଲା । କିଛି ଲୋକ କହୁଥିଲେ ଲେଡି ରଣଧୀର କପୁର ତ ଆଉ କିଛି କହୁଥିଲେ ପୁଅ ପିଲା ଭଳି ଦେଖାଯାଉଛି । ହେଲେ କରିଶ୍ମା ଏସବୁ କଥାକୁ ଏଡାଇ ନିଜ କାର୍ଯ୍ୟ କରୁଥିଲେ । ଯାହା ଫଳରେ ସେ ତାଙ୍କର ଗୋଟିଏ ସିନ୍ ପାଇଁ ରାତାରାତି ବଲିଉଡ ଆଗଧାଡିର ନାୟିକା ହୋଇଯାଇଥିଲେ ।
ସୂଚନା ଅନୁସାରେ, ୧୯୯୬ରେ ବକ୍ସ ଅଫିସରେ ଧମାଲ ମଚାଇଥିବା ହିନ୍ଦୀ ଚଳଚ୍ଚିତ୍ର ‘ରାଜା ହିନ୍ଦୁସ୍ତାନି’ରେ କରିଶ୍ମା ବି-ଟାଉନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଏହି ଫିଲ୍ମରେ ପ୍ରଥମ ଥର ପାଇଁ କରିଶ୍ମା କୌଣସି ହିରୋକୁ କିସ୍ କରିଥିଲେ । ପ୍ରବଳ ବର୍ଷାରେ କରିଶ୍ମା ଓ ଅମିରଙ୍କ ଏହି କିସିଂ ସିନ୍ ସାରା ଦେଶରେ ଚହଳ ସୃଷ୍ଟି କରିଥିଲା । ସେହି ଦିନଠାରୁ କରିଶ୍ମାଙ୍କ ଫ୍ୟାନ୍ ଫଲୋଇଙ୍ଗ ବଢିଯାଇଥିଲା ।
ବର୍ତ୍ତମାନ କରିଶ୍ମା ତାଙ୍କର ଦ୍ୱିତୀୟ ବିବାହକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । ଖବର ଅନୁସାରେ, କରିଶ୍ମା ତାଙ୍କର ବୟଫ୍ରେଣ୍ଡ ସନ୍ଦୀପ ତୋଶନୀୱାଲଙ୍କୁ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି ।