ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବାତ୍ୟା ୟାସ୍ ବଦଳାଇଲା ଗତିପଥ । ଧାମରା ଠାରୁ ବଢିଲା ୟାସ୍ ର ଦୂରତା । ପୂର୍ବରୁ ଧାମରାଠାରୁ ୪୦ କିଲୋମିଟ ଦୂରରେ ୟାସ୍ ରହିଥିଲା । କିନ୍ତୁ ବର୍ତ୍ତମାନ ଧାମରା ଠାରୁ ବାତ୍ୟା ଦୂରେଇ ୪୫ କିଲୋମିଟର ଦୁରରେ ରହିଛି ।
ସେପଟେ ବାଲେଶ୍ୱର ଆଡକୁ ପାଖେଇଛି ବାତ୍ୟା ୟାସ୍ । ବାଲେଶ୍ୱରଠାରୁ ୫୦ କିଲୋମିଟର ଦୂରରେ ରହିଛି ୟାସ୍ । ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ୟାସ୍ । ବାଲେଶ୍ୱରର ଦକ୍ଷୀଣ ଦିଗରେ ଲ୍ୟାଣ୍ଡଫଲ କରିପାରେ ୟାସ୍ ।
ବାତ୍ୟା ୟାସ ସ୍ଥଳ ଭାଗ ଛୁଇଁବା ବେଳକୁ ପବନର ବେଗ ୧୩୦ ରୁ ୧୪୦ ରହିବ । ବେଳେ ବେଳେ ପବନର ବେଗ ୧୫୫ ରେ ପହଁଚିପାରେ ।