ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ବର୍ଷା । ଉତ୍ତର ଓଡିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି । ଆସନ୍ତା ୫ ଦିନ ଯାଏଁ ବର୍ଷା ଲାଗି ରହିବ । ସେହିପରି ଅଗଷ୍ଟ ୧ କିମ୍ବା ୨ ରୁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ବର୍ଷା ସମୟରେ କିଛି କିଛି ସ୍ଥାନରେ ୪୫ ରୁ ୫୫ କିମି ବେଗରେ ପବନ ମଧ୍ୟ ବହିପାରେ । ଏନେଇ ମତ୍ସ୍ୟଜୀବିକୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଲଘୁଚାପ ପରେ ଲଘୁଚାପ । ଗୋଟେ ଲଘୁଚାପ ଦୁର୍ବଳ ହେବା ପରେ ଗତକାଲି ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି ।