ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ପବଜି ସଂସ୍କରଣ ବ୍ୟାଟଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆକୁ ନେଇ ବିବାଦ ପୁଣି ଥରେ ସାମ୍ନାକୁ ଆସିଛି। ବ୍ୟାଟଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ ଖେଳ ବିଟା ସଂସ୍କରଣ ପରୀକ୍ଷଣ ପାଇଁ କିଛି ଉପଭୋକ୍ତାଙ୍କୁ ଉପଲବ୍ଧ କରାଯାଇଛି ଜ୍ଝ ତେବେ ଖେଳର ଶୁଭାରମ୍ଭକୁ ଅପେକ୍ଷା କରାଯାଇଛି। କିନ୍ତୁ ଲଞ୍ଚ ପୂର୍ବରୁ ମଧ୍ୟ ବ୍ୟାଟଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆର ଚାଇନାର ସଂଯୋଗ ସାମ୍ନାକୁ ଆସିଛି। ଏଭଳି ପରିସ୍ଥିତିରେ ବ୍ୟାଟଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆର ଶୁଭାରମ୍ଭ ବିପଦରେ ପଡିପାରେ।
ଆଇଜିଏନ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ବ୍ୟାଟଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆର ତଥ୍ୟ ଚାଇନାର ସର୍ଭରକୁ ପଠାଯାଉଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ବ୍ୟାଟଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆର ଏକ ସେବାର ତଥ୍ୟ ବେଜିଂ ସ୍ଥାନକୁ ପଠାଯାଉଛି। ଆହୁରି ମଧ୍ୟ, ଆଉ ଏକ ଆଶ୍ଚର୍ୟ୍ୟଜନକ ବିଷୟ ବାହାରିଛି ଯେ ଏହି ସର୍ଭରଗୁଡ଼ିକ ଟେନସେଣ୍ଟ କମ୍ପାନୀ ଦ୍ୱାରା ପରିଚାଳିତ । ଏହା ସହିତ, ଉପଭୋକ୍ତାଙ୍କର ଡିଭାଇସର ତଥ୍ୟ ଟେନସେଣ୍ଟର ସହାୟକ କମ୍ପାନୀ ହଂକଂ ଭିତ୍ତିକ କମ୍ପାନୀ ପ୍ରକ୍ସିମା ବିଟାକୁ ମାଇକ୍ରୋସଫ୍ଟ ଆସ୍ୟୁର ସର୍ଭର ସହିତ ପଠାଯାଉଛି ଯାହା ଆମେରିକା, ମୁମ୍ବାଇ ଏବଂ ମସ୍କୋରେ ଅବସ୍ଥିତ ।