ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବର୍ତ୍ତମାନ ଜାରି ରହିଛି କରୋନାର ଦ୍ୱିତୀୟ ଲହର । ଏହାରି ମଧ୍ୟରେ ଲୋକଙ୍କୁ ମନରଞ୍ଜନ କରିବା ପାଇଁ ଅଭିନ୍ନ ଓଡିଶା ଆରମ୍ଭ କରିଛି ଏକ ନିଆରା କାର୍ଯ୍ୟକ୍ରମ ‘ଗ୍ଲୋବାଲ ଓଡିଆ ଅନ୍ତାକ୍ଷରୀ’ । ଯାହାର ଡିଜିଟାଲ ମିଡିଆ ପାର୍ଟନର ରହିଛି ଏଟିଆର ମିଡିଆ । ଓଡ଼ିଆ ଗୀତ ସଙ୍ଗୀତ କୁ ବର୍ତ୍ତମାନ ଏବଂ ଆଗାମୀ ପିଢ଼ି ରେ ଅଧିକ ପରିଚିତ କରାଇବା ଉଦ୍ଧେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ଗତ ଶନିବାର ଓ ରବିବାର ଏହି ଭର୍ଚୁଆଲ୍ କାର୍ୟ୍ୟକ୍ରମ “ଗ୍ଲୋବାଲ ଓଡ଼ିଆ ଅନ୍ତାକ୍ଷରୀ” ର ଏଲିମିନେସନ ରାଉଣ୍ଡ ଆୟୋଜିତ ହୋଇଥିଲା ।
https://youtu.be/zzco2urColY
ଜୁମ୍ ପ୍ଲାଟଫର୍ମ ରେ ଅନୁଷ୍ଠିତ ଏହି ଏଲିମିନେସନ ରାଉଣ୍ଡ ରେ ବିଶ୍ଵର କୋଣ ଅନୁକୋଣରୁ ଓଡ଼ିଆଏ ଭାଗ ନେଇଥିଲେ। କାର୍ୟ୍ୟକ୍ରମର ପରିଚାଳନା ଦାୟିତ୍ୱରେ ସଞ୍ଜୀବ ଏବଂ ଯସ୍ମୀନ ରହିଥିବା ବେଳେ ବିଚାରକ ଭାବେ ଉପସ୍ଥିତ ଥିଲେ ସଙ୍ଗୀତ ଗୁରୁ ଶ୍ରୀ ସୌଭାଗ୍ୟ ପ୍ରହରାଜ।
https://youtu.be/DZHHRVVwuIQ
ମହାମାରୀ ରେ ଗୃହବନ୍ଦୀ ଥିବା ଅସଂଖ୍ୟ ଓଡ଼ିଆଙ୍କ ପାଇଁ ଅଭିନ୍ନ ଓଡ଼ିଶାର ଏଭଳି ନିଆରା କାର୍ୟ୍ୟକ୍ରମ , ମନୋରଞ୍ଜନ ର ଜବରଦସ୍ତ ଖୁରାକ ଯୋଗାଇଛି। ଚଳିତ ଜୁନ ୨୭ ତାରିଖ ରବିବାର ଭାରତୀୟ ସମୟ ସନ୍ଧ୍ୟା ୭ଟା ରେ ଗ୍ଲୋବାଲ ଓଡ଼ିଆ ଅନ୍ତାକ୍ଷରୀ” ର ଫାଇନାଲ୍ ରାଉଣ୍ଡ ଅନୁଷ୍ଠିତ ହେବ।
ଏହି ଭର୍ଚୁଆଲ୍ କାର୍ୟ୍ୟକ୍ରମ ଅଭିନ୍ନ ଓଡ଼ିଶାର ୟୁ ଟୁବ ଚାନେଲ ରେ ଲାଇଭ ପ୍ରସାରିତ ହେବ।
https://youtu.be/uvcLbM9Qa54