ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମାନିଲେନି କୋଭିଡ ନିୟମ । କାର୍ଯ୍ୟନୁଷ୍ଠାନ ଗ୍ରହଣ କଲା ଭୁବନେଶ୍ୱର ମହାନଗର ନିଗମ (ବିଏମସି) । କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ ଆଜି ଭୁବନେଶ୍ୱର ୧ ନଂ ହାଟକୁ ସିଲ୍ କରିଛି ବିଏମସି । ହାଟକୁ ଜୁଲାଇ ୧ ତାରିଖ ଯାଏଁ ସିଲ୍ କରାଯାଇଥିବା ଜଣାପଡିଛି ।
ଏହି ସମୟରେ ସମସ୍ତ ଖୁୁଚୁରା ଦୋକାନ ସମେତ ହୋଲସେଲ ଦୋକାନ ଗୁଡିକ ମଧ୍ୟ ବନ୍ଦ ରହିବ । କୌଣସି ବ୍ୟବସାୟୀ ବ୍ୟବସାୟ କରିପାରିବେ ନାହିଁ । ଏନେଇ ନିର୍ଦ୍ଦେଶ ଦେଇଛି ବିଏମସି ।
କରୋନା ସଂକ୍ରମଣର ଭୟ ଥିବା ବେଳେ ହାଟରେ କେହି କୋଭିଡ ନିୟମ ପାଳନ କରୁନଥିବାରୁ ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।