ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପର୍ଯ୍ୟଟକଙ୍କ ପାଇଁ ଖୁସୀ ଖବର । ଆଜିଠୁ ଖୋଲିଲା ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟ । ଚଳିତବର୍ଷ ଶୀଘ୍ର ଖୋଲିଛି ଅଭୟାରଣ୍ୟ । ପ୍ରତ୍ୟେକ ବର୍ଷ ନଭେମ୍ବର ମାସରେ ଅଭୟାରଣ୍ୟ ଖୋଲୁଥିବା ବେଳେ ଚଳିତବର୍ଷ ଅକ୍ଟୋବର ୧୪ ରୁ ଅଭୟାରଣ୍ୟ ଖୋଲିଛି ।
ଶିମିଳିପାଳ ଅଭୟାରଣ୍ୟ, ଯଶୀପୁର କାଳିକାପ୍ରସାଦ ଗେଟ୍ ଦେଇ ୩୫ଟି ଏବଂ ବାରିପଦା ପିଠାବଟା ଗେଟ୍ ଦେଇ ୨୫ ଟି ପର୍ଯ୍ୟଟକ ଗାଡିକୁ ଅନୁମତି ରହିଛି ।
ଚଳିତ ବର୍ଷ ଅଧିକ ସଂଖ୍ୟକ ପର୍ୟ୍ୟଟକ ଆସିବାର ଆଶା ରଖିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ । ଶିମିଳିପାଳ ଅଭୟାରଣ୍ୟ ଖୋଲିବାର ପ୍ରଥମ ଦିନରେ ଶିମିଳିପାଳରେ ପର୍ୟ୍ୟଟକଙ୍କ ଭିଡ଼ ହୋଇଛି । ଅଭୟାରଣ୍ୟକୁ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପର୍ୟ୍ୟଟକମାନଙ୍କୁ ପରାମର୍ଶ ଦେଇଛନ୍ତି ।