ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ରାଜଧାନୀରେ ଚାଞ୍ଚଲ୍ୟ । ଇଞ୍ଜିନିୟରଙ୍କୁ ହତ୍ୟା । ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର ଅଞ୍ଚଳରେ ଜଣେ ମେରାଇନ ଇଞ୍ଜିନିୟରଙ୍କୁ ହତ୍ୟା କରାଯାଇଛିି । ତାଙ୍କ ନାଁ ବୈଜୟନ୍ତ ପ୍ରସାଦ ମହାନ୍ତି, ଘର ପୁରୀ ଅଞ୍ଚଳରେ ବୋଲି ଜଣାପଡିଛି । ସବୁଠୁ ବଡ଼ କଥା ହେଉଛି ଏହି ହତ୍ୟାକାଣ୍ଡ ପଛରେ ଅନ୍ୟ କେହି ନୁହେଁ ବରଂ ତାଙ୍କ ପ୍ରେମିକାର ହାତ ରହିଛି । ପ୍ରେମିକା ତାଙ୍କର ଜଣେ ବନ୍ଧୁଙ୍କ ସହ ମିଶି ପ୍ରେମିକ ବୈଜୟନ୍ତଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି । ପୁଲିସ ହତ୍ୟାକାରୀ ପ୍ରେମିକା ସୁଶ୍ରୀ ସଙ୍ଗିତା ମହାନ୍ତି ଓ ତାଙ୍କ ବନ୍ଧୁଙ୍କୁ ଗିରଫ କରିଛି ।
ବୈଜୟନ୍ତ କିଛିଦିନ ହେବ ଛୁଟିରେ ଆସିଥିଲେ । ଗତକାଲି ଭୁବନେଶ୍ୱରରେ ତାଙ୍କର ପାସପୋର୍ଟ କାମ ଥିଲା । କାମ ସରିବା ପରେ ସେ ଅଚାନକ ପ୍ରେମିକା ସୁଶ୍ରୀ ସଙ୍ଗିତାଙ୍କ ଅଫିସରେ ପହଞ୍ଚିଥିଲେ । ତେବେ ସୁଶ୍ରୀ ସଙ୍ଗିତାଙ୍କ ସହ ଜଣେ ପୁରୁଷ ବନ୍ଧୁ ଥିବା ଦେଖି ଖୁବ ରାଗି ଯାଇଥିଲେ ବୈଜୟନ୍ତ । ସେଠାରେ ଉଭୟଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହୋଇଥିବା ଜଣାପଡିଛି । ତେବେ ଏହାପରେ ଘଟିଛି ଏହି ହତ୍ୟାକାଣ୍ଡ । ସଙ୍ଗିତା ନିଜ ପୁରୁଷ ବନ୍ଧୁଙ୍କ ସହ ମିଶି ଯୋଜନା ମୁତାବକ ବୈଜୟନ୍ତଙ୍କ ତଣ୍ଟି ଚିପି ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି । ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଛି ।
JUST IN
-
ପିକ୍ ଆୱାରରେ କାମ ନକରିବାକୁ ଜନସାଧାରଣଙ୍କୁ ଏସଆରସିଙ୍କ ଅପିଲ | 31 May 2024
-
ଅସମ୍ଭାଳ ଗୁଳୁଗୁଳି, ୯ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ | 31 May 2024
-
ଆସନ୍ତାକାଲି ଶେଷ ପର୍ଯ୍ୟାୟ ନିର୍ବାଚନ | 31 May 2024
-
ଜୁନ୍ ପ୍ରଥମ ସପ୍ତାହରୁ ଆରମ୍ଭ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା | 29 May 2024
-
ଏଣିକି ଭୁବନେଶ୍ୱରରୁ ସିଧା ମାଲେସିଆ ବିମାନ ଯାତ୍ରା | 29 May 2024
-
ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା | 29 May 2024
-
ହିଟ୍ ୱେଭ ପାଇଁ ଆଜି ରାଜ୍ୟର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ | 29 May 2024
-
ଶେଷ ପର୍ଯ୍ୟାୟ ନିର୍ବାଚନ, ଆଜି ଓଡିଶାର ୩ ଟି ସ୍ଥାନରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି | 29 May 2024
-
ଆଗାମୀ ୪ ଦିନ ମଧ୍ୟରେ କେରଳ ଛୁଇଁବ ମୌସୁମୀ ବାୟୁ | 28 May 2024
-
ରାଜ୍ୟରେ ଆଜିଠୁ ପୁଣି ବଢିବ ତାପମାତ୍ରା | 28 May 2024
-
ମାଟ୍ରିକ ରେଜଲ୍ଟ ରିଚେକିଂ ପାଇଁ ଏହି ତାରିଖରୁ କରିପାରିବେ ଆବେଦନ | 26 May 2024
-
ମାଟ୍ରିକ ରେଜଲ୍ଟ ପ୍ରକାଶ | 26 May 2024