ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାରୁ ରକ୍ଷା ପାଇଁ ଦେଶରେ ଦ୍ରୁତ ଗତିରେ ଚାଲିଛି ଟୀକାକରଣ ଅଭିଯାନ । ଏହି ଟୀକାରକରଣ ଅଭିଯାନରେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି ।
ସେହିଅନୁଯାୟୀ, ଜୁଲାଇ ୧ ରୁ ଘରୋଇ ହସ୍ପିଟାଲଗୁଡିକ ଟୀକା ଉତ୍ପାଦନକାରୀଙ୍କଟାରୁ ସିଧା ସଳଖ ଟୀକା କିଣି ପାରିବେ ନାହିଁ । ସେମାନଙ୍କୁ ଏବେ କୋୱିନ ରେ ଟୀକା ଅର୍ଡର ଦେବାକୁ ହେବ । କେବଳ ଏତିକି ନୁହେଁ, ଟୀକାର ମାସିକ ଷ୍ଟକ ସୀମା ନିର୍ଦ୍ଧାରଣ କରିବାକୁ ମଧ୍ୟ କେନ୍ଦ୍ରସରକାର ନିଷ୍ପତି ନେଇଛନ୍ତି ।