ଭୁବନେଶ୍ୱର (ଏଟିଆର ବ୍ୟୁରୋ):ମାଟ୍ରିକ ପରୀକ୍ଷା ଫଳାଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛତ୍ରୀଙ୍କ ପାଇଁ ପୁର୍ନବାର ଅଫଲାଇନ ପରୀକ୍ଷା କରିବା ବ୍ୟବସ୍ଥା କରିଛି ବିଏସଇ ବୋର୍ଡ । ସେହିଅନୁଯାୟୀ ଚଳିତ ଜୁଲାଇ ୩୦ ରେ ଆରମ୍ଭ ହେବ ମାଟ୍ରିକ ଅଫଲାଇନ ପରୀକ୍ଷା । ଏହି ପରୀକ୍ଷା ଅଗଷ୍ଟ ୫ ରେ ଶେଷ ହେବ । ୭୦ ପ୍ରତିଶତ ସିଲାବସକୁ ନେଇ ପରୀକ୍ଷା କରାଯିବ । ଏହାସହିତ ୧୫ ଦିନ ମଧ୍ୟରେ ଫଳାଫଳ ଘୋଷଣା କରାଯିବା ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।
ସେ କହିଛନ୍ତି କି, ମାଟ୍ରିକ ଅଫଲାଇନ ପରୀକ୍ଷାର ରେଜଲ୍ଟ ୧୫ ଦିନ ମଧ୍ୟରେ ଘୋଷଣା ହେବ । ଯାହାଫଳରେ ଯୁକ୍ତ ଦୁଇ ରେ ଆଡମିଶନ କରିପାରିବେ ଛାତ୍ରଛାତ୍ରୀ । ଏହାସହିତ ୭୦ ପ୍ରତିଶତ ସିଲାବସକୁ ନେଇ ମାଟ୍ରିକ ଅଫଲାଇନ ପରୀକ୍ଷା ଦେବେ ପିଲା ।