ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୭୫ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଘୋଷଣା କରିଛନ୍ତି ।ମୋଦୀ କହିଛନ୍ତି ଏଣିକି ସୌନିକ ସ୍କୁଲରେ ପାଠପଢି ପାରିବେ ବାଳିକାମାନେ । ବାଳିକାମାନେ ସମ୍ପତି ଓ ସମସ୍ତ କ୍ଷେତ୍ରରେ ଭଲ ପଦର୍ଶନ କରୁଛନ୍ତି । ଏବଂ ଏହା ସହ ବାଳିକାମାନେ ସୌନିକ ସ୍କୁଲରେ ପାଠପଢିବା ପାଇଁ ମଧ୍ୟ ଚାହୁଛନ୍ତି । ପୂର୍ବରୁ ସୌନିକ ସ୍ଖୁଲରେ କେବଳ ବାଳକ ପାଠ ପଢିପାରୁଥିଲେ । କିନ୍ତୁ ଏବେ ବାଳିକାମାନେ ପାଠପଢି ପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଅଢେଇ ପୂର୍ବେ ମଣିପୁରରେ ପରୀକ୍ଷାମୂଳକ ଭାବେ ପ୍ରଥମେ ଛାତ୍ରୀଙ୍କ ନାମ ଲେଖାଯାଇଥିଲା । ଯାହା ବେଶ ସଫଳ ହୋଇଛି । ତେଣୁ ସରକାର ନିଷ୍ପତ୍ତି ନେଇଛନ୍ତି ଦେଶର ସମସ୍ତ ସୌନିକ ସ୍ଖଲରେ ବାଳିକାମାନଙ୍କୁ ପଢିବା ପାଇଁ ଅନୁମତି ପ୍ରଦାନ କରାଯିବ । ନୂଆ ଭାରତରେ ଝିଅମାନେ ସେମାନଙ୍କର ଉପଯୁକ୍ତ ସ୍ଥାନ ନେବାକୁ ଆଗ୍ରହୀ ବୋଲି ପ୍ରଧାମନ୍ତ୍ରୀ କହିଛନ୍ତି ।