ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ରାଜଧାନୀ ଭୁବନେଶ୍ୱରସ୍ଥିତ ପଦର୍ଶନୀ ପଡିଆରେ ୭୫ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ନୂଆ ରୂପରେ ଲାଗୁ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଯେଉଁଥିରେ ସାଢେ କୋଟି ଲୋକଙ୍କୁ ମିଳିବ ସ୍ମାର୍ଟ ହେଲଥ କାର୍ଡ ।ପର୍ଯ୍ୟାୟକ୍ରମେ ଏହି କାର୍ଡ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଅନ୍ନପୂର୍ଣ୍ଣା ଓ ଅନ୍ତଦ୍ୟୋୟ ହିତାଧିକାରୀ, ଆଦି ସମସ୍ତଙ୍କୁ ଏହି କାର୍ଡ ପ୍ରଦାନ କରାଯିବ । ଏଥିରେ ପରିବାର ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଓ ପ୍ରତି ବର୍ଷ ମିଳୁଥିବା ବେଳେ ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସାର ସୁବିଧା ମିଳିବ । ଓଡିଶା ସମେତ ସାରା ଦେଶରେ ୨୦୦ ରୁ ଅଧିକ ବଡ ବଡ ହସ୍ପିଟାଲ ମାନଙ୍କରେ ମାଗଣା ଚିକିତ୍ସାର ସୁବିଧା ମିଳିବ ।
କୋଭିଡ ମହାମାରୀ ସମୟରେ ଦେଶର ୧୭ ଟି ରାଜ୍ୟକୁ ୨ ମାସ ଧରି ମେଡିକାଲ ଅକ୍ସିଜେନ ନିରନ୍ତର ଭାବରେ ଯୋଗାଇ ବହୁମୂଲ୍ୟ ଜୀବନ ବଞ୍ଚାଇଛି । ଏହା ଓଡିଶା ପାଇଁ ଗର୍ବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତିି ।