ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ଓଲା କମ୍ପାନୀ ତାର ପ୍ରଥମ ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ କରିଛି । ଯାହାର ନାଁ ରହିଛି ଏସ୧ । ଏହି ସ୍କୁଟରର ବୁକିଂ କିଛି ଦିନ ପୂର୍ବେ ଆରମ୍ଭ କରିଥିଲା କମ୍ପାନୀ । ଯାହାକୁ କେବଳ ୪୯୯ ଦେଇ ବୁକ୍ କରୁଥିଲେ ଗ୍ରାହକ । ଏବେ ବଜାରରେ ୧୦ ଟି କଲର ଅପ୍ସନ ସହ ମିଳିବ ଓଲା ଇଲେକ୍ଟ୍ରିକ ସ୍କୁଟର ।
ସେହିପରି ଓଲା ଏସ୧ ଇଲେକ୍ଟ୍ରିକ ସ୍କୁଟର ନିୟମିତ ଚାର୍ଜ ପାଇଁ ୬ ଘଣ୍ଟା ସମୟ ଲାଗିବ । ଓଲା ଫାଷ୍ଟ ଚାର୍ଜର ମାଧ୍ୟମରେ ଇଲେକ୍ଟ୍ରିକ ସ୍କୁଟରକୁ କେବଳ ୧୮ ମିନିରେ ୫୦ ପ୍ରତିଶତ ଚାର୍ଜ କରାଯାଇପାରିବ । ସ୍କୁଟର ସିଙ୍ଗଲ ଚାର୍ଜରେ ୧୮୦ କିମି ପର୍ଯ୍ୟନ୍ତ ରେଞ୍ଜ ଦେଇପାରେ ।
ଏହି ସ୍କୁଟରର ବେସ ଭ୍ୟାରିଏଣ୍ଟର ଦାମ୍ ୯୯,୯୯୯ ରଖାଯାଇଛି । ଓଲା ଏସ୧ ଇଲେକ୍ଟ୍ରିକ ସ୍କୁଟରରେ ଓଲା ଏସ୧ ପ୍ରୋ ନାମକ ଏକ ଟପ୍ ଭ୍ୟାରିଏଣ୍ଟ ମଧ୍ୟ ରହିଛି, ଯାହାର ଦାମ୍ ୧,୨୯,୯୯୯ ଟଙ୍କା ରଖାଯାଇଛି । ଏହାସହିତ ଆପଣ ଯେଉଁ ରାଜ୍ୟରୁ ଏହି ସ୍କୁଟରକୁ କିଣିବେ ସେଠାକାର ଦାମ ହିସାବରେ ଏଥିରେ ପରିବର୍ତ୍ତନ ହେବ ।