ଉତ୍ତରାଖଣ୍ଡ (ଏଟିଆର ବ୍ୟୁରୋ): ଆପଣମାନେ ମହାଭାରତରେ ପଞ୍ଚୁ ପାଣ୍ଡବଙ୍କ ପତ୍ନୀଙ୍କ ବିଷୟରେ ନିଶ୍ଚିତ ଭାବେ ଶୁଣିଥିବେ କିମ୍ବା ଦେଖିଥିବେ । କିନ୍ତୁ ଏ ଯୁଗରେ ମଧ୍ୟ ପଞ୍ଚୁ ପାଣ୍ଡବ ଅଛନ୍ତି । ଏବଂ ସେମାନଙ୍କର ମଧ୍ୟ ଗୋଟେ ମାତ୍ର ପତ୍ନୀ । କଥାଟା ନିହାତି ଭାବରେ ଆଶ୍ଚର୍ଯ୍ୟ ଲାଗିଥିବ । କିନ୍ତୁ ଏହା ସତ । ଆଜି ଆମେ ଆପଣଙ୍କୁ ଏଭଳି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କର ପାଞ୍ଚ ଜଣ ପତୀ ଅଛନ୍ତି । ଏବଂ ସେ ସେହି ପାଞ୍ଚ ଜଣଙ୍କ ସହ ଶାରିରୀକ ସମ୍ବନ୍ଧ ରଖିଥାନ୍ତି ।
ଆଜ୍ଞା ହଁ, ଉତ୍ତରାଖଣ୍ଡର ରଜୋ ନାମକ ମହିଳା ଗୋଟିଏ ପରିବାରର ପାଞ୍ଚ ଭାଇଙ୍କୁ ବିବାହ କରିଛନ୍ତି । ସେ ପାଞ୍ଚ ଭାଇଙ୍କୁ ସମାନ ବ୍ୟବହାର ଦେଇଥାନ୍ତି । ଏହାସହିତ ସେ ସମସ୍ତ ଭାଇଙ୍କ ସହ ଶାରିରୀକ ସମ୍ବନ୍ଧ ମଧ୍ୟ ରଖନ୍ତି ଏବଂ ତାଙ୍କର ଏକ ପୁଅ ମଧ୍ୟ ଅଛି ।
ପ୍ରକୃତରେ ,ଯେଉଁ ସ୍ଥାନରେ ରଜୋ ରହୁଛନ୍ତି ସେହି ସ୍ଥାନରେ ଝିଅଙ୍କ ସଂଖ୍ୟା ବହୁତ କମ୍ । ଏହି କାରଣରୁ ରଜୋ ପାଞ୍ଚ ଭାଇଙ୍କୁ ବିବାହ କରିଥିଲେ ।
ରଜୋଙ୍କ କହିବାନୁଯାୟୀ, ଏହି ସଂପର୍କକୁ ନେଇ ମୁଁ ବହୁତ ଖୁସି । ମୋର କୌଣସି ଅସୁବିଧା ନାହିଁ । ମୁଁ ପାଞ୍ଚ ଜଣଙ୍କ ମଧ୍ୟରେ ରୁହେ ଏବଂ ସମସ୍ତେ ମୋତେ ବହୁତ ଭଲ ପାଆନ୍ତି ।