ବଲାଙ୍ଗିର,(ଏଟିଆର ବ୍ୟୁରୋ): ପାରିବାରିକ କଳହ କେତେ ଯେ ଭୟଙ୍କର ରୂପ ନିଏ ତାହାର ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଙ୍ଗୋମୁଣ୍ଡା ଅଞ୍ଚଳରେ । ସାମାନ୍ୟ ଝଗଡ଼ାକୁ ନେଇ ଘଟିଛି ହତ୍ୟାକାଣ୍ଡ । ସବୁଠୁ ବଡ଼ କଥା ହେଉଛି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଶେଷରେ ସ୍ୱାମୀ ବି କରିଛି ଆତ୍ମହତ୍ୟା । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇବା ସହ ଘଟଣାର ଖୋଳତାଡ ଆରମ୍ଭ କରିଛି ।
ମିଳିଥିବା ରିପୋର୍ଟ ଅନୁସାରେ, ଗତକାଲି ରାତିରେ କୌଣସି କଥାକୁ ନେଇ କୁପରଚନ୍ଦ ବଛାଙ୍କ ସହ ତାଙ୍କ ପତ୍ନୀଙ୍କ ବଚସା ହୋଇଥିଲା । ଶେଷରେ ଏହା ଉଗ୍ରରୂପ ନେଇଥିଲା । ରାଗି ଲାଲ ପଡିଯାଇଥିଲେ କୁପରଚନ୍ଦ । ଆଉ ଭୁଲିଯାଇଥିଲେ ହିତାହିତ ଜ୍ଞାନ । ଉତ୍ତକ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ପତ୍ନୀକୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ସ୍ତ୍ରୀର ମୃତ୍ୟୁ ହୋଇଥିଲା । ଏହାପରେ କୁପରଚନ୍ଦ ନିଜେ ବେକରେ କପଡ଼ା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି ।