ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଟେଲିଭିଜନରେ ନିଜର ଜଲୱା ଦେଖାଇବା ପରେ ଏବେ ବଲିଉଡରେ ମଧ୍ୟ ନିଜର ଜଲୱା ଦେଖାଇବାକୁ ପ୍ରସ୍ତୁତ ବିଗବସ୍ ସିଜିନ୍ ୧୪ ର ବିଜେତା ରୁବିନା ଦିଲାଇକ । ସେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଯାହାର ଅଫିସିଆଲ ଘୋଷଣା ଜୁଲାଇ ମାସରେ କରାଯାଇଥିଲା । ସେହିପରି ଆଜିଠୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇ ଯାଇଛି । ଏନେଇ ରୁବିନା ନିଜେ ତାଙ୍କ ସୋସିଆଲ ମିଡିଆ ଜରିଆରେ ସୂଚନା ଦେବା ସହ ତାଙ୍କର ଫାଷ୍ଟ ଲୁକ୍ ପୋଷ୍ଟର ମଧ୍ୟ ରିଭିଲ କରିଛନ୍ତି ।
ଫାଷ୍ଟ ଲୁକ୍ ପୋଷ୍ଟର ଜାରି କରି ରୁବିନା କ୍ୟାପ୍ସନରେ ଲେଖିଛନ୍ତି କି, ନୂତନ ଶୁଭାରମ୍ଭ ।
ଏହି ଫାଷ୍ଟ ଲୁକ୍ ରେ ରୁବିନା ଏକ ଶାଢୀ ପିନ୍ଧି ଷ୍ଟାଇଲିସ ପୋଜରେ ଛିଡା ହୋଇଥିବାର ନଜରକୁ ଆସୁଛନ୍ତି । କିନ୍ତୁ ଏଥିରେ ତାଙ୍କ ମୁହଁ ଦେଖା ଯାଉନି କାରଣ ଫଟୋଟି ବ୍ୟାକ ସାଇଡରୁ ନିଆଯାଇଛି । ସେହିପରି ବ୍ୟାକଗ୍ରାଉଣ୍ଡରେ ମୁମ୍ବାଇ ସିଏସଟି ଷ୍ଟେସନର ବାହାର ଦୃଶ୍ୟ ଦେଖା ଯାଉଛି ।
ରୁବିନାଙ୍କ ଡେବ୍ୟୁ ଫିଲ୍ମର ଟାଇଟଲ ରହିଛି ‘ଅର୍ଦ୍ଧ’ । ଏହାସହିତ ମ୍ୟୁଜିକ କମ୍ପୋଜର ପଲାଶା ମଧ୍ୟ ଏହି ଫିଲ୍ମରେ ଡାୟରେକ୍ଟରିୟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ରୁବିନାଙ୍କ ବ୍ୟତିତ ହିତେନ ତେଜୱାନୀ ଏବଂ ରାଜପାଲ ଯାଦବ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜରକୁ ଆସିବେ ।