ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ବର୍ଷା କମିଛି କିନ୍ତୁ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ହୀରାକୁଦର ଗେଟ ଖୋଲା ଯାଇଛି । ୬ ଟି ଗେଟ୍ ଦେଇ ହୀରାକୁଦରେ ଜଳ ନିଷ୍କାସିତ ହେଉଛି ।
ସକାଳ ୬ଟା ସୁଧା ଜଳଭଣ୍ଡାରର ଜଳସ୍ତର ୬୨୭.୮୩ ଫୁଟ । ବାମପାଶ୍ୱର୍ରେ ୪ ଟି ଗେଟ୍ ଏବଂ ଦକ୍ଷୀଣ ପାଶ୍ୱର୍ରେ ୨ ଟି ଗେଟ୍ ନେଇ ଜଳ ନିଷ୍କାସିତ କରାଯାଉଛି । ପ୍ରତି ସେକେଣ୍ଡରେ ୨ଲକ୍ଷ ୬୦ହଜାର ୬୦୯ କ୍ୟୁସେକ ଜଳ ପ୍ରବେଶ କରୁଛି। ନିଷ୍କାସିତ ହେଉଛି ୧ ଲକ୍ଷ ୨୭ ହଜାର ୧୯୪ କ୍ୟୁସେକ ପାଣି ।