ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୁଗଲ ତାର ଗୁଗଲ ଫଟୋରେ ଏକ ଖାସ ଫିଚର୍ସ ଆଣିବାକୁ ଯାଉଛି । କମ୍ପାନୀ ଘୋଷଣା କରିଛି କି, ୟୁଜର୍ସଙ୍କ ପାଇଁ ଲକ୍ ଫୋଲ୍ଡର ଫିଚର ରୋଲଆଉଟ କରାଯିବ । ଏହା ଜରିଆରେ ଆଣ୍ଡ୍ରୋଏଡ ୟୁଜର୍ସ ନିଜର ଫଟୋ ଏବଂ ଭିଡିଓକୁ ହାଇଡ କରିପାରିବେ ।
ୟୁଜର୍ସ ଯେଉଁ ଫଟୋ ଏବଂ ଭିଡିଓ ହାଇଡ କରିବେ ତାହା ଗୁଗଲ ଫଟୋର ମେନ୍ ଗ୍ରିଡ ଏବଂ ସର୍ଚ୍ଚରେ ସୋ’ କରିବ ନାହିଁ । ଅବଶ୍ୟ ଏବେ କମ୍ପାନୀ ଏହି ଫିଚର୍ସର ଲଞ୍ଚିଂ ତାରିଖ ଘୋଷଣା କରି ନାହିଁ କିନ୍ତୁ ମିଡିଆ ରିପୋର୍ଟ ମୁତାକ, ଗୁଗଲ ଫଟୋଜ ର ଏହି ଖାସ ଫିଚର୍ସକୁ ଆଗାମୀ ବର୍ଷ ଜୁନ୍ ମାସରେ ରୋଲଆଉଟ କରାଯାଇପାରେ । ଏହି ଫିଚରକୁ ସର୍ବପ୍ରଥମେ ଗୁଗଲର ଅପକମିଂ ସ୍ମାର୍ଟଫୋନ ପିକ୍ସଲ ୬ ସହିତ ଲଞ୍ଚ କରାଯାଇପାରେ ।
ଗୁଗଲ ଫଟୋରେ ୟୁଜର୍ସ ତାଙ୍କ ଫଟୋ ଏବଂ ଭିଡିଓକୁ ଲକ୍ ଫିଚରେ ପାସୱାର୍ଡ ଦେଇ ଲକ୍ କରିବା ପରେ ତାକୁ ଆଉ କେହି ଦେଖି ପାରିବେ ନାହିଁ । ଏହି ଫଟୋ ଗୁଗଲ ଫଟୋଜ ଆପ୍ ର ମେନ ଗ୍ରୀଡ ଏବଂ ସର୍ଚ୍ଚରେ ସୋ’ କରିବ ନାହିଁ । ଏପରିକି କେହି ବି ଏହି ଫଟୋକୁ ସ୍କ୍ରିନ୍ ସର୍ଟ ନେଇ ପାରିବେ ନାହିଁ ।
ଲକ୍ଡ ଫୋଲ୍ଡର ବ୍ୟବହାର କରିବା ପାଇଁ ୟୁଜର୍ସଙ୍କୁ ସର୍ବ ପ୍ରଥମେ ଗୁଗଲ ଫଟୋଜ ଲାଇବ୍ରେରୀକୁ ଯିବାକୁ ହେବ । ଲାଇବ୍ରେରୀ ଯିବା ପରେ ୟୁଟିଲିଟିଜ୍ ଅପ୍ସନ ଉପରେ କ୍ଲିକ କରିବାକୁ ହେବ । ଏହାକୁ ଟ୍ୟାପ କରିବା ମାତ୍ରେ ଆପଣଙ୍କୁ ଲକ୍ଡ ଫୋଲ୍ଡର ଅପ୍ସନ ଦେଖାଯିବ ।ଏହାପର ଆପଣ ଏହି ଫୋଲ୍ଡରରେ ନିଜର ପ୍ରାଇଭେଟ ଫଟୋ ଏବଂ ଭିଡିଓ ଲକ୍ କରି ପାରିବେ ।