ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗତକାଲି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ୨୩ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ୨୦ ଜଣ ପୁଅ ଥିବା ବେଳେ ୩ ଜଣ ଝିଅ ଥିବାର ଜଣାପଡିଛି । ୧୯ ଜଣଙ୍କୁ ହାଇଦ୍ରାବାଦ ଓ ତାମିଲନାଡୁକୁ ଚାଲାଣ କରାଯାଉଥିବା ବେଳେ ଭୁବନେଶ୍ୱର ରେଳଷ୍ଟେସନରୁ ଉଦ୍ଧାର କରାଯାଇଥିଲା । ଏଥିସହ ଦୁଇଜଣଙ୍କୁ ବାଲିବାଟଣାରୁ ଏବଂ ଆଉ ୨ ଜଣଙ୍କୁ ଚନ୍ଦ୍ରଶେଖରପୁରରୁ ଉଦ୍ଧାର କରାଯାଇଥିଲା ।
ଚାଇଲ୍ଡ ଲାଇନ ଏବଂ କମିସନରେଟ ପୋଲିସର ମିଳିତ ଉଦ୍ୟମରେ ଶିଶୁ ଶ୍ରମିକ ଉଦ୍ଧାର କାର୍ଯ୍ୟରେ ସଫଳତା ମିଳିପାରିଛି । ଉଦ୍ଧାର ହୋଇଥିବା ସମସ୍ତ ଶିଶୁଙ୍କୁ ଚାଇଲ୍ଡ ଲାଇନରେ ରଖାଯାଇଛି ।