ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ମହଙ୍ଗାମାଡର ଶିକାର ହେଉଛନ୍ତି ଜନତା । ଲଗାତର ଭାବେ ବଢୁଥିବା ତୈଳ ଦର ସାଧାରଣ ଜନତାଙ୍କ ଉପରେ ପ୍ରଭାବ ପକାଉଛି । ଏନେଇ ସମସ୍ତେ ଚିନ୍ତାରେ । ସେହିପରି ତୈଳ କମ୍ପାନୀ ପକ୍ଷରୁ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି । ପେଟ୍ରୋଲ ଦରରେ ୩୧ ରୁ ୩୫ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ବେଳେ ଡିଜେଲ ଦରରେ ୩୪ ରୁ ୩୭ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।
ଆଇଓସିଏଲ ର ସୂଚନା ଅନୁସାରେ ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୧୦୪.୭୯ ରହିଥିବା ବେଳେ ଡିଜେଲ ଲିଟର ପିଛା ଦର ୯୩.୫୨ ଟଙ୍କା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୫.୪୩ ଟଙ୍କା ଏବଂ ଡିଜେଲ ୯୬.୬୩ ଟଙ୍କା ରହିଛ । ମୁମ୍ବାଇରେ ପେଟ୍ରୋଲ ଦର ୧୧୦.୭୫ ଟଙ୍କା ଏବଂ ଡିଜେଲ ଦର ୧୦୧.୪୦ ଟଙ୍କା ରହିଥିବା ବେଳେ ଚେନ୍ନାଇରେ ପେଟ୍ରୋଲ ଦର ୧୦୨.୧୦ ଟଙ୍କା ଏବଂ ଡିଜେଲ ୯୭.୯୩ ଟଙ୍କା ରହିଛି ।