ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ମନି ଲାଣ୍ଡିରିଂ ମାମଲାରେ ସାମ୍ନାକୁ ଆସିଛି ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜଙ୍କ ନାଁ । ଏନେଇ ଇଡିରେ ହାଜର ହେବାକୁ ଶୁକ୍ରବାର ଜ୍ୟାକଲିନଙ୍କୁ ସମନ ହୋଇଥିଲା । କିନ୍ତୁ ନିଜର ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ଇଡି ଆଗରେ ସେ ହାଜର ହୋଇନଥିଲେ । ସେହିପରି ଶନିବାର ମଧ୍ୟ ଇଡିରେ ହାଜର ହେବା ନେଇ ସମନ ହୋଇଥିଲା କିନ୍ତୁ ଆଜି ବି ସେ ଇଡିରେ ହାଜର ହୋଇନଥିବା ଜଣାପଡିଛି । ଆଉ ଏକ ସମନ ପରେ ଖୁବ୍ ଶୀଘ୍ର ଇଡିରେ ହାଜର ହୋଇପାରନ୍ତି ଜ୍ୟାକଲିନ୍ ।
ସୂଚନାଯୋଗ୍ୟ, ୨୦୦ କୋଟି ଟଙ୍କା ମନି ଲାଣ୍ଡିରିଂ ମାମଲାରେ ଇଡି ପକ୍ଷରୁ ଜ୍ୟାକଲିନ୍ ଙ୍କୁ ସମନ ଜାରି କରାଯାଇଥିଲା ।